UP Election: ‘ଯାଦବ ବେଲ୍ଟ’ ରେ ମତଦାନ, ବାଜିରେ ଅଖିଳେଶ ଯାଦବଙ୍କ ପ୍ରତିଷ୍ଠା

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ । ଆଜି ଏଠାରେ ୫୯ ଟି ଆସନ ପାଇଁ ମତଦାନ ହୋଉଛି । ଆଜି ଯେଉଁ ଅଞ୍ଚଳରେ ମତଦାନ ହୋଉଛି ସେହି ଅଞ୍ଚଳ ସାଧାରଣତଃ ‘ଯାଦବ ବେଲ୍ଟ’ ଭାବେ ପରିଚିତ । ଏହି ଅଞ୍ଚଳଗୁଡିକ ସମାଜବାଦୀ ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ । ବୁନ୍ଦେଲଖଣ୍ଡରୁ ଅୱଧ ଅଞ୍ଚଳ ପର୍ଯ୍ୟନ୍ତ ୧୬ ଟି ଜିଲ୍ଲାରେ ଥିବା ୫୯ ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଛି ମୈନପୁରୀର କରହଲ ଆସନ, ଯେଉଁଠାରୁ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଆସନରୁ ବିଜେପି ପ୍ରାର୍ଥୀ ଏସପି ସିଂହ ବାଘେଲ ତାଙ୍କ ବିପକ୍ଷରେ ଥିବାରୁ ଏଥର ଲଢେଇ ଅତ୍ୟନ୍ତ ରୋଚକ ହୋଇଛି । ଏହି ବିଧାନସଭା ଆସନରେ ପାଖାପାଖି ୩ ଲକ୍ଷ ୭୦ ହଜାର ଭୋଟର ଅଛନ୍ତି । ଯେଉଁଥିରୁ ୧ ଲକ୍ଷ ୪୦ ହଜାର ଯାଦବ ଭୋଟ ଥିବାବେଳେ ଏଠାରେ ୧୪ ହଜାର ମୁସଲମା ଭୋଟର ଅଛନ୍ତି । ୟୁପିର ଶେଷ ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୧୦ ଏବଂ ୧୪ ରେ ମତଦାନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.