ଓମପ୍ରକାଶ ଛତ୍ରିଆ ସରିଆଁ ସରପଞ୍ଚ ଭାବେ ହେଲେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଓମପ୍ରକାଶ ଛତ୍ରିଆ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଦକ୍ଷରାଜ ଭୋଇଙ୍କୁ ୦୭ ଗୋଟି ଭୋଟରେ ପରାସ୍ତ କରିଛନ୍ତି । ଓମପ୍ରକାଶ ୯୯୪ ଭୋଟ ପାଇଥିବାବେଳେ ଦକ୍ଷରାଜ ୯୮୭ ଭୋଟ ପାଇଛନ୍ତି । ଏଥର ସରିଆଁ ସରପଞ୍ଚ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ଲଢେଇ କରିଥିବାବେଳେ ମୁଖ୍ୟତଃ ଦ୍ବିମୁଖି ଲଢେଇ ହୋଇଥିଲା । କଡ଼ା ଟକ୍କର ମଧ୍ୟରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶ୍ରୀଯୁକ୍ତ ଛତ୍ରିଆ ସମସ୍ତଙ୍କୁ ପଛରେ ପକାଇ ସରିଆଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ଓ ଆମୟିକ ସ୍ବଭାବର ଯୁବକ ଓମପ୍ରକାଶଙ୍କ ବିଜୟରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ଛତ୍ରିଆ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବାସହ ସରିଆଁ ଗ୍ରାମପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.