ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ: ମ.ରାମପୁର ସରପଞ୍ଚ ହେଲେ ବୀଣାପାଣି ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଅଣସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ରହିଥିଲା ମ.ରାମପୁର ଗ୍ରାମ ପଞ୍ଚାୟତ । ସଦର ଗ୍ରାମ ପଞ୍ଚାୟତ ହେଇଥିବା କାରଣରୁ ଉପଯୁକ୍ତ ପ୍ରାର୍ଥୀ ନହେଲେ ପଞ୍ଚାୟତ ଚଳାଇବା ଗୋଟେ ପ୍ରକାର ଅସମ୍ଭବ । ଏଣୁ ସମାଜସେବୀ ସତ୍ୟ ନାରାୟଣ ସାହୁ ନିଜ ଧର୍ମପତ୍ନୀଙ୍କୁ ଏହି ପଞ୍ଚାୟତରେ ସରପଞ୍ଚ ଭାବରେ ପ୍ରାର୍ଥୀ କରାଇଥିଲେ । ଏବଂ ଲୋକଙ୍କ ସହଯୋଗ ଫଳରେ ସେ ଗୃହିଣୀରୁ ଏବେ ମ.ରାମପୁର ପଞ୍ଚାୟତର ମୁଖ୍ୟ ହେଇପାରିଛନ୍ତି । ବୀଣାପାଣି ସାହୁ ଜଣେ ଉଚ୍ଚଶିକ୍ଷିତା ମହିଳା ହେଇଥିବା କାରଣରୁ, ତାଙ୍କ ଉପରେ ଲୋକ ଆସ୍ଥା ପ୍ରକଟ କରିଛନ୍ତି । ଏହି ସଫଳତା ପରେ ଶ୍ରୀମତୀ ସାହୁ ମ.ରାମପୁର ଗ୍ରାମପଞ୍ଚାୟତ ବାସୀଙ୍କୁ ନିଜର କୃତଜ୍ଞତା ଜଣାଇବା ସହିତ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.