ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତର ଆଇ.ସି.ଡି.ଏସ. ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିବା ଶ୍ରୀମତୀ ରଞ୍ଜନା ଗନ୍ତାୟତଙ୍କ ପରଲୋକ ହୋଇଛି । ଗୁଣୁପୁର ସ୍ଥିତ ବାସଭବନରେ ସେ ଗତ ଫେବୃଆରୀ ୨୫ତାରିଖରେ ମୃତ୍ୟୁବରଣ କରିଥିଲେ । ସେ କୋଲନରା ବ୍ଲକ ଓ ରାମନାଗୁଡ଼ା ବ୍ଲକରେ ମଧ୍ୟ ପୂର୍ବରୁ କାର୍ଯ୍ୟ କରିଥିଲେ । ତାଙ୍କରି ମୃତ୍ୟୁ ଖବର ଶୁଣି ଅଞ୍ଚଳ ବାସୀଙ୍କ ମନରେ ଏକ ଶୋକର ଛାୟା ଖେଳି ଯାଇଛି । ପ୍ରକାଶ ଥାଉକି, ରଞ୍ଜନା ଗନ୍ତାୟତଙ୍କ ନିଜ ଗ୍ରାମ କୋଲନରା ବ୍ଲକ ଅନ୍ତର୍ଗତ ଗାଡ଼ିଶେଷଖାଲ ଅଟେ । ସେ ଜଣେ ମିଷ୍ଟବାସୀ ମହିଳା ଥିଲେ ।