ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ୍ୟା ନମିତା ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସବିତା ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଡାକ୍ତର ସୁରଙ୍ଗିନୀ ମିଶ୍ର ଓ ବିଶିଷ୍ଠ ଅତିଥିଭାବେ ଅଧ୍ୟାପିକା ସସ୍ମିତା ମହାନ୍ତି ଯୋଗ ଦେଇ ‘ନାରୀ ଧରିତ୍ରୀ ପରି ସହନଶୀଳ, ଆକାଶ ପରି ଉଦାର ଓ ଦୁର୍ଗା ପରି ଶକ୍ତି ସ୍ୱରୂପା । ତେଣୁ ଭାରତୀୟ ସଂସ୍କୃତିରେ ଧରିତ୍ରୀ ମା, ଗଙ୍ଗା ମାତା, ଗୋ ମାତା ଓ ଭାରତ ମାତା କହି ମହାନ ସମ୍ବୋଧନ କରିଥାନ୍ତି’ ବୋଲି ମତପ୍ରକାଶ କରିଥିଲେ ।ମହାବିଦ୍ୟାଳୟର ଛାତ୍ରୀ ଅନନ୍ୟା ସାହୁ ସଭାପରିଚାଳନା କରିଥିବା ବେଳେ ଶୁଭସ୍ମିତା ପାଢ଼ୀ ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ରଖିଥିଲେ । +୩ ବିଜ୍ଞାନ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ରୋଜି ଗଉଡ଼, ଜାଗୃତି ପଣ୍ଡା, କରିସ୍ମା ଭୋଇ ଓ ତୃପ୍ତି ତନ୍ମୟ ପ୍ରମୁଖ ଛାତ୍ରୀ ମାନେ ନିଜର ବକ୍ତବ୍ୟ ରଖିଥିଲେ । ସ୍ମିତା ପଣ୍ଡା, ଇପ୍ସିତା ପୁଝରୀ, ଲିପ୍ସା ପ୍ରଧାନ, ଆକାଂକ୍ଷା ସାହୁ, ସିମରନ ପୃଷ୍ଟି ଓ ସ୍ୱତା ସାହୁ ନୃତ୍ୟ ପରିବେଷଣ କରିଥିଲେ । ଲିଜା ପଣ୍ଡା, ଅର୍ପିତା ମୁଣ୍ଡ ଓ ସ୍ନେହଳତା ଭାଟି ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.