ବିଦ୍ୟୁତ୍ ସଟ୍‌ସାର୍କିଟରେ ଘରପୋଡି ଘଟଣା: ସମାଜସେବୀଙ୍କ ଉଦ୍ୟମରେ ପହଞ୍ଚିଲା ସହାୟତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗାଁରେ ବିଦ୍ୟୁତ୍ ସଟ୍ ସାର୍କିଟ୍ ଯୋଗୁଁ ନିଆଁ ଲାଗି ଗୋମତୀ ହରିଜନ ନାମକ ଜଣେ ମହିଳାଙ୍କ ଝାଟିମାଟି ଘର ସଂପୂର୍ଣ୍ଣ ପୋଡିଯାଇଥିବାବେଳେ ଏହି ଘଟଣାରେ ଗୋମତୀ, ତାଙ୍କର ଗୋଟିଏ ପୁଅ ଓ ଝିଅ ଅଳ୍ପକେ ବର୍ତ୍ତିଯାଇଥିଲେ । ଏ ସଂପର୍କରେ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶିତ ହେଇଥିଲା । ଯୁବ ସମାଜସେବୀ ସୁଶୀଲ କୁମାର ବାଗ ଘଟଣା ସ୍ଥଳରେ ପହଞ୍ଚି ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ବିଡିଓ ଶ୍ରୀ ମିଶ୍ର ତୁରନ୍ତ ପଦକ୍ଷେପ ନେଇ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ସହାୟତା ଯୋଗାଇଦେଇଥିବାବେଳେ ଲାଞ୍ଜିଗଡ ତହସିଲଦାର ଶ୍ରୀ ହୋନ୍ନାଗା ପଦକ୍ଷେପ ନେବା ସହିତ ଲାଞ୍ଜିଗଡରୋଡ ରାଜସ୍ୱ ନିରୀକ୍ଷକ ବୈବସୂତ ବାଗଙ୍କୁ ପଠାଇ ସରଜମିନ ତଦନ୍ତ କରିବା ସହିତ ତାରପୋଲିନ ଯୋଗାଇଦେଇଥିଲେ । ଏହାପରେ ବିଡିଓ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଦାପ୍ତା ପକ୍ଷରୁ ଦୀପନ କୁମାର ଶର୍ମାଙ୍କ ନେତୃତ୍ୱରେ ଆଜି ଅସହାୟ ଗୋମତୀଙ୍କ ପରିବାରକୁ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ରିଲିଫ ସହିତ ପୁଅଝିଅଙ୍କୁ ପୋଷାକପତ୍ର ଆଦି ଯୋଗାଇ ଦିଆଯାଇଛି । ସେହିପରି ଟେକରତୋଳା ୱାର୍ଡସଭ୍ୟ ସଞ୍ଜୀବ କୁମାର ପଣ୍ଡା ମଧ୍ୟ କ୍ଷତିଗ୍ରସ୍ତ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ଗୋବର୍ଦ୍ଧନପୁର ସରପଞ୍ଚଙ୍କ ପ୍ରତିନିଧି ତପନ କୁମାର ମାଝୀ, ଗୋବର୍ଦ୍ଧନପୁର ୱାର୍ଡସଭ୍ୟା ନନ୍ଦିନୀ କରୁଆଁ, ସମାଜସେବୀ ମନୋଜ ବେହେରା, ନରହରି କରୁଆଁ, କାନ୍ତ, ଯଦୁ ଛତର ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.