ପଢନା ଲିଖନା କାର୍ଯ୍ୟକ୍ରମ ପାଇଁ ସ୍ବେଛାସେବୀ ସହାୟକ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାକ୍ଷାରତା ମିଶନ ପକ୍ଷରୁ ବ୍ଲକର ୨୨ଟି ପଞ୍ଚାୟତର ୧୧ଗୋଟି କ୍ଲଷ୍ଟରରେ “ପଢ଼ନା ଲିଖନା” କାର୍ଯ୍ୟକ୍ରମ ପାଇଁ ସ୍ବେଛାସେବୀ ସହାୟକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ତାଲିମ ଶିବିର ଉଦଘାଟନ କରିଥିଲେ ଓ ୧୫ ବର୍ଷରୁ ଉର୍ଦ୍ଧ ରେ ଥିବା ସମସ୍ତ ଅଣସାକ୍ଷରଙ୍କୁ ନେଇ ଆସନ୍ତା ମାସରେ ହେବାକୁ ଥିବା ଅଣ ସାକ୍ଷର ପରୀକ୍ଷାରେ ବ୍ଲକ ରୁ ୫୫୫୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ତାଲିକା ପ୍ରସ୍ତୁତ ଥିବା କହିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି ଅଣ ଆବାସିକ ତାଲିମ ଶିବିରରେ ଏବିଇଓ ତୋଫାନ ମାଝୀ, ସିଆରସିସି ବୈକୁଣ୍ଠ ଜାଲ, ସାକ୍ଷର ଭାରତ କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ ପ୍ରମୁଖ ଯୋଗଦେଇ ସହାୟକ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଆଞ୍ଚଳିକ ସାଧନ କେନ୍ଦ୍ର ମୋଟେର ଠାରେ ସଂଯୋଜକ ଭୁବନେଶ୍ୱର ଛତ୍ରିଆଙ୍କ ତତ୍ୱାବଧାନ ରେ ହେଉଥିବା ତାଲିମ ଶିବିରରେ ତାଲିମ ଦାତା ଦିଲୀପ କୁମାର ସାହୁ ୪୧ଜଣ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉତ୍ସାହିତ କରିଥିଲେ । ସାକ୍ଷର ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ, ବିନୋଦ ମିଶ୍ର ତାଲିମ ଶିବିର ପରିଦର୍ଶନ କରି ସ୍ବେଛାସେବୀ ମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ପ୍ରେରକ ହିରଣ୍ୟ ବେହେରା, ପ୍ୟାରିଲାଲ ପଟେଲ, ପୁନିଅଁ ରଞ୍ଜନ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.