ବନପାଳଙ୍କ ନାଁରେ ଟଙ୍କା ଅତ୍ମସାତ ଅଭିଯୋଗ

ବନ କାର୍ଯ୍ୟାଳୟରେ ଧାରଣା ଦେବାକୁ ବନ ସୁରକ୍ଷା ସମିତିର ଚେତାବନି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେଞ୍ଜ ଆମପାଣି ସେକ୍ସନ ବନପାଳ ଜଗନ୍ନାଥ ନାଗଙ୍କ ବିରୋଧରେ ଆସିଛି ଦୁର୍ନିତୀ ଅଭିଯୋଗ । ସହାଜଖୋଲ ଜଙ୍ଗଳରେ ବିଭିନ୍ନ କାର୍ଯ୍ୟ କରି ଶ୍ରମିକ ଟଙ୍କା ପାଇ ନଥିବା ବେଳେ ଆମପାଣି ବନପାଳ ଶ୍ରମିକଙ୍କ ଟଙ୍କା ଅତ୍ମସାତ କରିଥିବା ନେଇ ବିଭିନ୍ନ ସମୟରେ ୬ଗୋଟି ବନ ସୁରକ୍ଷା ସମିତି ଓ ଶ୍ରମିକ ମାନେ ଅଭିଯୋଗ କରି ଆସୁଛନ୍ତି । ଦିର୍ଘ ଦିନରୁ ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନିତୀ ବିରୋଧରେ ସ୍ଥାନୀୟ ଧର୍ମଗଡ ରେଞ୍ଜ ଅଫିସର ଠାରୁ ଆରମ୍ଭ କରି ଆଞ୍ଚଳିକ ବନ ସଂରକ୍ଷକଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ବନପାଳଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ପୂର୍ବରୁ ମଧ୍ୟ ଆମପାଣି ବନପାଳ ଜଗନ୍ନାଥ ନାଗ ଶ୍ରମିକ ମାନଙ୍କ ପାରିଶ୍ରମିକ ଟଙ୍କା ହଡପ କରିଥିବା ନେଇ ଆମପାଣି ଥାନାରେ ଏକ ଏତଲା ଦେଇଥିଲେ ବନ ସୁରକ୍ଷା ସମିତି । ସେହି ସମୟରେ ଧର୍ମଗଡ ରେଞ୍ଜ ଅଫିସର ଜାନୁଆରି ମାସ ସୁଦ୍ଧା ଶ୍ରମିକଙ୍କ ପାରିଶ୍ରମିକ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ତେବେ ପରିତାପର ବିଷୟ ଶ୍ରମିକମାନେ ଆଜି ପର୍ଯ୍ୟନ୍ତ ପାଉଣା ପାଇ ନାହାଁନ୍ତି ‌। ଏମିତି କି ଆମପାଣି ବନପାଳ ଖୋଲାଖୋଲି ଭାବରେ ରେଞ୍ଜର ଓ ଏସିଏଫ୍ ଙ୍କୁ ୩୦ ପ୍ରତିଶତ ପିସି ଦେଉଛି ବୋଲି କହୁଥିବା ବନ ସୁରକ୍ଷା ସମିତି ସାଙ୍ଗାତିକ ଅଭିଯୋଗ ଆଣିଛି । ଏହା ସହ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦାବ୍ରିଗୁଡା ଫେରେଷ୍ଟ ଗାର୍ଡକୁ ଅସାମୟିକ ଭାବରେ ଅନ୍ୟତ୍ର ବଦଳି କରାଯାଇଥିବା ଅଭିଯୋଗ କରିଛନ୍ତି । ଆମପାଣି ବନପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଅନ୍ୟତ୍ର ବଦଳି କରିବା ସହ ଶ୍ରମିକଙ୍କ ଟଙ୍କା ଶିଘ୍ର ନ ଦେଲେ ଆସନ୍ତା ମାର୍ଚ୍ଚ ୨୧‌ ସୋମବାର ଦିନ ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇ ଚେତାବନୀ ଦେଇଛନ୍ତି ବନ ସୁରକ୍ଷା ସମିତି । ଏନେଇ ଗୁରୁବାର ତଲାଗାଁ ବନ ସୁରକ୍ଷା ସମିତି ସଭାପତି ଭଜମନ ନାଏକ, ରଏନଗୁଡା ବନ ସୁରକ୍ଷା ସମିତି ସଭାପତି ଚନ୍ଦ୍ରମଣି ନାଏକ, କରଙ୍ଗାପଡା ବନ ସୁରକ୍ଷା ସମିତି ସଭାପତି ବେଣୁଧର ଦାସ, ରଘୁନାଥ ନାଏକ, ନୂଆଗାଁ ବନ ସୁରକ୍ଷା ସମିତି ସଭାପତି ଚକ୍ରଧର ବାଗ, ବାଳିପଡା ବନ ସୁରକ୍ଷା ସମିତି ସଭାପତି ଦୈତାରୀ ଦଳପତି, ୱାଚର କବିକାନ୍ତ ବାଗ, କନ୍ଦାଗଡ ବନ ସୁରକ୍ଷା ସମିତି ସଭାପତି ନିରଞ୍ଜନ ନାଏକ, କ୍ଷିରସୀନ୍ଧୁ ମାଝୀ, ଲିଙ୍ଗରାଜ ରାଠୋର ପ୍ରମୂଖ ଆମପାଣି ଥାନାର ଦ୍ୱାରସ୍ତ ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.