ଦୁର୍ଭଟା ଠାରେ ପୁଲିସ ଜନସଂପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ଦୁର୍ଭଟା ଠାରେ ପୁଲିସ ଜନସଂପର୍କ ଶିବିର ନର୍ଲା ଆଇଆଇସି ରେଣୁକା ସୁନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ଅଭିନବ ସୋନକର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ଏ. ବିଘ୍ନେଶ୍ବର ରାଓ, ଡେପୁଟି କମାଣ୍ଡାଣ୍ଟ ହ୍ରୁଷିକେଶ ବରାଳ, ନର୍ଲା ଥାନା ସେକେଣ୍ଡ ଅଫିସର୍ ବଂଶୀଧର ସାମଲ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଲାଞ୍ଜିଗଡ଼ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର, ସମାଜସେବୀ ପବନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହିି ଅବସରରେ ପୁଲିସ ବିଭାଗ ତଥା ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ । ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୋକୁଳ ସାହୁ, ବିଶ୍ଵନାଥ ମହଲା ଏବଂ ସମସ୍ତ ପୋଲିସ ବାହିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.