ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବ୍ଲକ ସାକ୍ଷାରତା ମିଶନ ପ୍ରାଧିକରଣ କୋକସରା ପକ୍ଷରୁ ଆଜି “ପଢ଼ନା ଲିଖନା” ସଚେତନ ରଥ ବ୍ଲକର ବିଭିନ୍ନ କ୍ଲଷ୍ଟରକୁ ବୁଲି ୧୫ ବର୍ଷରୁ ଉର୍ଦ୍ଧରେ ଥିବା ଅଣ ସାକ୍ଷର ଓ ନବ ସାକ୍ଷର ମାନଙ୍କୁ ମୁଖ୍ୟ ସ୍ରୋତ କୁ ସାମିଲ କରିବା ପାଇଁ ଗାଁ ଗାଁ ସଚେତନ କରାଯାଉଛି । କୋକସରା ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ଆଜି ଅନୁଷ୍ଠାନିକ ଭାବରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ବ୍ଲକ ସହଯୋଗୀ ଶିକ୍ଷାଧିକାରୀ ତୋଫାନ ମାଝୀ ଏହି ସଚେତନ ରଥର ଶୁଭ ଉଦଘାଟନ କରିଛନ୍ତି । ଦେଶର ସାକ୍ଷାରତା ହାରକୁ ବୃଦ୍ଧି କରିବା, ବ୍ୟବହାରିକ ଶିକ୍ଷା ଓ ଉନ୍ନତମାନର ଜୀବନ ଧାରଣ ପାଇଁ ଏହି “ପଢ଼ନା ଲିଖନା” ଅଭିଯାନ ସଫଳ ରୂପାୟନ ହେବ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମକୁ ନୋଡାଲ ସିଆରସି ବୈକୁଣ୍ଠ ଜାଲ ପରିଚାଳନା କରିଥିବା ବେଳେ ୧୧ ଗୋଟି କ୍ଲଷ୍ଟର ସଂଯୋଜକ, ସାକ୍ଷର ଭାରତ କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ, ପ୍ରେରକ, ସ୍ବେଛାସେବୀ ଓ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।