ଗଞ୍ଜାମ ଜିଲ୍ଲାରୁ କୁନି ତାରକା ଖୋଜିଲା କେଦାର ଭାରତୀ

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଓଡ଼ିଶାର କୋଣ ଅନୁକୋଣରେ ଲୁଚି ରହିଥିବା ବଣମଲ୍ଲୀ ସଦୃଶ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବା ଦିଗରେ ‘କେଦାର ଭାରତୀ’ ସାପ୍ତାହିକ ସାହିତ୍ୟ ପତ୍ରିକା ଆରମ୍ଭ କରିଛି ଅଭିନବ ପ୍ରୟାସ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବରଦା ଓ ବାହାଲପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀଠାରେ ‘କେଦାର ଭାରତୀ’ ସାପ୍ତାହିକ ସାହିତ୍ୟ ପତ୍ରିକା ପକ୍ଷରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


କେଦାର ଭାରତୀର ଗଞ୍ଜାମ ଜିଲ୍ଲା ସଂଯୋଜକ ପବିତ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମମତା ବେହେରା, ସମ୍ମାନିତ ଅତିଥି ଗ୍ରାମ୍ୟ ଅଧିକାରୀ ଉଚ୍ଛବ ବାରିକ, ମୁଖ୍ୟବକ୍ତା ସମାଜ ସେବକ ରଙ୍କନିଧି ପ୍ରଧାନ, ବିଚାରପତି ଭାବେ ସନ୍ତୋଷ ନାହାକ, ଯୋଗି ଖୁଣ୍ଟିଆ, କବୟିତ୍ରୀ ସୁଚିତ୍ରା କୁମାରୀ ପୋଲେଇ, କେଦାର ଭାରତୀର ସହସମ୍ପାଦକ କବି ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପବିତ୍ର ବେହେରା, ଯୋଗି ଖୁଣ୍ଟିଆଙ୍କୁ ‘ଭୂମିପୁତ୍ର ସମ୍ମାନ’ ଏବଂ ସୁଚିତ୍ରା କୁମାରୀ ପୋଲେଇ, ମିନତୀ ପ୍ରଧାନ, ମିଛୁନା ରାଉତଙ୍କୁ ‘ଭୂମିକନ୍ୟା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଶେଷରେ ସଂଯୋଜକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.