ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସମସ୍ୟାର ସମାଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଗ୍ରୀଣ୍ଡୋଳ ବେଳପଡା ଗ୍ରାମର ଲୋକେ ତାଙ୍କ ପଡ଼ାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯିବା ଦ୍ୱାରା ପଡ଼ାବାସୀ ଗତ ତିନି ଦିନ ହେଲା ଅସହ୍ୟ ଗରମରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ରାତ୍ର ସମୟରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅନେକ ହଇରାଣ ହେଉଥିବା ନେଇ ଗତକାଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ବ୍ଲକ ଅଧ୍ୟକ୍ଷ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଉକ୍ତ ଗ୍ରାମକୁ ଆସିଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ତାଙ୍କ ସହଧର୍ମିଣୀ ମୀନା ମହାନନ୍ଦଙ୍କ ଉପସ୍ଥିତିରେ ନୂତନ ଟ୍ରାନ୍ସଫରମରରୁ ଗ୍ରାମକୁ ବିଦ୍ୟୁତ ଯୋଗାଣ କରିଥିଲେ । ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ହେବା ଦିନଠାରୁ ନିଜ ଘରେ ନିତିଦିନ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଉକ୍ତ ଅଭିଯୋଗକୁ ଯଥାଶୀଘ୍ର ସମାଧାନ କରୁଛନ୍ତି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସଦା ସର୍ବଦା ମୋ ସହିତ ଅଛନ୍ତି ଓ ପ୍ରତିଟି କାର୍ଯ୍ୟରେ ତାଙ୍କର ସହଯୋଗ ରହୁଛି ଏଣୁ ଆଗାମୀ ଦିନରେ ମଧ୍ୟ ଗୋଲାମୁଣ୍ଡା ବ୍ଳକର ପ୍ରତିଟି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.