ସାମ୍ବାଦିକଙ୍କ ମାତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବରିଷ୍ଠ ସାମ୍ବାଦିକ ସୁଧାରାମ ସରାପଙ୍କ ମା’ ଜେମା ସରାପଙ୍କ ଦେହାନ୍ତ ହୋଇଯାଇଛି ‌। କୋକସରା ବ୍ଲକ ମୋଟେର ସ୍ଥିତ ନିଜ ବାସ ଭବନରେ ଇହଲିଳା ସମ୍ବରଣ କରିଛନ୍ତି ଜେମା ସରାପ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ସ୍ବର୍ଗତ ଜେମା ସରାପ ଜଣେ ଧର୍ମ ପରାୟଣ ମହିଳା ଭାବେ ଜଣା ଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପୁଅ ବୋହୂ, ନାତି ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କ ଗାଁ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି । ଏକମାତ୍ର ପୁଅ ସୁଧାରାମ ମୂଖାଗ୍ନି ଦେଇଥିଲେ । କୋକସରା ବ୍ଲକ ସାମ୍ବାଦିକ ସଂଘ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.