କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଜୟପାଟଣା ଗସ୍ତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡିର ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ଜୟପାଟଣା ବ୍ଳକ ଗସ୍ତରେ ଆସି ପ୍ରଥମେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଜୟପାଟଣା ବ୍ଳକର ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ବିଜେଡି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ସେଠାରେ ଦଳୀୟ ସଙ୍ଗଠନରେ କର୍ମୀ ମାନଙ୍କୁ ସଙ୍ଗଠନ ବିଷୟରେ ଉଦବୋଧନ ଦେଇଥିଲେ ଶ୍ରୀଯୁକ୍ତ ସିଂଦେଓ । ଏହି କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ବିଜେଡି ସଭାପତି ମିନକେତନ ପୁଝାରୀ, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ଅଗ୍ରୱାଲ, ୨୨ଗୋଟି ପଞ୍ଚାୟତର ସଭାପତି ସମ୍ପାଦକ ତଥା କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ଶ୍ରୀଯୁକ୍ତ ସିଂଦେଓ ଜୟପାଟଣା ବ୍ଳକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କ ପ୍ରକୋଷ୍ଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.