ଟିମନପୁରଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା 

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଟିମନପୁର ଆଦର୍ଶ ବିଦ୍ୟାଳୟ ଠାରେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ବ୍ଲକ ସ୍ତରୀୟ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଶ୍ରୀମାନ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସ୍ଥାନୀୟ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡ଼ା. ଚୌଧୁରୀ ସୋଭାରାଣୀ ମିଶ୍ର, ADPHO ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ, ADPHO ଲେପ୍ରୋସି ଡ଼ା. ରାଧା ରମଣ ବିର୍ଥିଆ, DMS ଡ଼ା. ସୁଧିର ରଞ୍ଜନ ନାଏକଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡୋଲି ମାଝୀ ୧୪ ନମ୍ୱର୍ ଜୋନ ର ଜିଲ୍ଲା ପରିଷଦ ସଭ୍ୟ, ଆଶା ଜୈନ ୧୩ ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟ, ଯଜ୍ଞାସେନି କଟା, ସିନାପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ମାଝୀ ଓ ଉପାଧ୍ୟକ୍ଷା ମିନା ଘିଭେଳା , ପ୍ରମୁଖ ମଞ୍ଚାସିନ ରହି ନିଜ ନିଜ ଅଞ୍ଚଳର‌ ସ୍ଵାସ୍ଥ୍ୟପ୍ରତି ଥିବା ସମସ୍ୟା ବିସୟରେ ନିଜର ମତବ୍ୟକ୍ତ କରିଥିଲେ ।

ସ୍ଵାସ୍ଥ୍ୟ ଶିବିରରେ ସମସ୍ତ ପ୍ରକାରର‌ ରୋଗୀ ମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ସହ ବିଭିନ୍ନ ପରୀକ୍ଷଣ ତଥା ଇସିଜି, ରକ୍ତ ପରୀକ୍ଷା ଏବଂ ବିଭିନ୍ନ ପ୍ରକାରର ପରୀକ୍ଷା ଆଦି କରାଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିରରେ ଲୋକ ନିଜର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଇବା ଲାଗି ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡିଛି । ଏହି ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ସମେତ ବହୁ ଡାକ୍ତର ଡାକ୍ତରାଣୀ ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ଏହି ସ୍ବାସ୍ଥ୍ୟମେଳାରେ ବିଭିନ୍ନ ଷ୍ଟଲ ମାନ ଖୋଲା ଯାଇଥିଲା । ଏହି ଷ୍ଟଲକୁ ଅତିଥିମାନେ ପରିଦର୍ଶନ କରି ପ୍ରଶଂସା କରିଥିବା ଜଣାପଡିଛି । ଅନ୍ୟପଟେ ଏହି ଶିବିରକୁ ବ୍ଲକ ଓ ମେଡିକାଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.