ଅବସରପ୍ରାପ୍ତ ASI ଲବରାମ ଛତ୍ରିଆଙ୍କ ୩୫ତମ ବିବାହ ବାର୍ଷିକୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଅବସରପ୍ରାପ୍ତ ଏଏସଆଇ ଲବରାମ ଛତ୍ରିଆ ନିଜ ଧର୍ମପତ୍ନୀ ବୈଦେହୀ ଛତ୍ରିଆଙ୍କ ସହ ୩୫ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଶ୍ରୀଯୁକ୍ତ ଛତ୍ରିଆଙ୍କ ମ.ରାମପୁର ସ୍ଥିତ ବାସଭବନରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ଉକ୍ତ ବିବାହ ବାର୍ଷିକୀରେ ଆତ୍ମିୟ ସ୍ବଜନ ଓ ବନ୍ଧୁବାନ୍ଧବ ଯୋଗଦେଇ ଏହି ଉତ୍ତମ ଦମ୍ପତ୍ତିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, କନେଷ୍ଟବଳ ଭାବରେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀଯୁକ୍ତ ଛତ୍ରିଆ ନିଜ କାର୍ଯ୍ୟ ଦକ୍ଷତା ବଳରେ ଏଏସଆଇ ପଦବୀକୁ ଉନ୍ନୀତ ହୋଇ ପାରିଥିଲେ । ଗତ ୩୧ ମାର୍ଚ୍ଚ ୨୦୨୨ରେ ସେ ମ.ରାମପୁର ଥାନାରୁ ଅବସର ଗ୍ରହଣ କରିଛନ୍ତି । ୧୯୮୭ ମସିହା ଅପ୍ରେଲ ୨୩ରେ ସେ ବୈଦେହୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବୈଦେହୀ ଜଣେ ଉତ୍ତମ ଗୃହିଣୀ ଭାବେ ପରିବାର ସମ୍ଭାଳୁଥିବା ସମୟରେ ଲବରାମ ନିଷ୍ଠାପର ଭାବେ ସରକାରଙ୍କ ଦ୍ବାରା ପ୍ରଦତ୍ତ ଦାଇତ୍ବ ସୁଚାରୁରୂପେ ନିର୍ବାହ କରୁଥିଲେ । ଶ୍ରୀଯୁକ୍ତ ଛତ୍ରିଆ ଜଣେ ପୋଲିସ ଅଧିକାରୀ ହୋଇ ମଧ୍ୟ ଆମୟିକ ବ୍ୟବହାର ଏବଂ ସମସ୍ତଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ କରି ଲୋକପ୍ରିୟ ବ୍ୟକ୍ତିତ୍ବ ଭାବେ ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଦମ୍ପତ୍ତି ନିଜର ୩୫ତମ ବିବାହ ବାର୍ଷିକୀ ବଡ ଧୁମଧାମରେ ପାଳନ କରିଥିବାବେଳେ ନିଜ ସନ୍ତାନମାନଙ୍କୁ ସମାଜରେ ସୁପ୍ରତିଷ୍ଠିତ କରାଇ ପାରି ଥିବାରୁ ସେମାନଙ୍କ ପ୍ରତି ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରିତ ହୋଇଥିଲା । ଶ୍ରୀଯୁକ୍ତ ଓ ଶ୍ରୀମତୀ ଛତ୍ରିଆଙ୍କ ତିନି ପୁଅଙ୍କ ମଧ୍ୟରୁ ବଡ଼ ପୁଅ ଯୋଗେଶ ଛତ୍ରିଆ ଓଏମପିଏସ ଅଫିସର, ଦ୍ବିତୀୟ ପୁଅ ଲୋକନାଥ ଛତ୍ରିଆ ଆଇଓସିଏଲର ମେକାନିକାଲ ଇଞ୍ଜିନିୟର ଏବଂ କନିଷ୍ଠ ପୁତ୍ର କ୍ଷୀରସିନ୍ଧୁ ଛତ୍ରିଆ ସିଭିଲ ଇଂଜିନିୟର ଭାବେ କାର୍ଯ୍ୟରତ ।

Advt.606

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.