ପୂର୍ବତନ କ୍ରିକେଟର ଅରୁଣ ଲାଲ ନିଜ ଠାରୁ ୨୮ ବର୍ଷ ସାନ ପ୍ରେମିକା ସହ କରିବେ ଦ୍ବିତୀୟ ବିବାହ

ଓଡ଼ିଆ ବାର୍ତ୍ତା/ କୋଲକାତା: ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅରୁଣ ଲାଲ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । କୋଲକାତାର ପିୟରଲେସ ହୋଟେଲରେ ମେ ୨ରେ ଏହି ବିବାହ ହେବା ନେଇ କାର୍ଡ ମଧ୍ୟ ଛପା ସରିଛି । ୬୬ବର୍ଷ ବୟସ୍କ ଅରୁଣ  ତାଙ୍କଠାରୁୁ ୨୮ ବର୍ଷ ସାନ ପ୍ରେମିକା ବୁଲବୁଲକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ୨୦୧୬ରେ ଅରୁଣ ଲାଲଙ୍କୁ କ୍ୟାନସର ହେବାରୁ ସେ କ୍ରିକେଟ କଂମେଟ୍ରି ଛାଡି ଦେଇଥିଲେ । ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୧୯୮୨ରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ସେ ୧୬ ଟେଷ୍ଟ, ୧୩ ଦିନିକିଆ ଖେଳିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ସହ ଆପୋଷ ବୁଝାମଣାରେ ଉଭୟ ଅଲଗା ହୋଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.