ଜୁନରୁ ଜୟପୁରରୁ ଉଡ଼ିବ ବିମାନ, ଜାଣନ୍ତୁ କେଉଁଠାକୁ କରିପାରିବେ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଆସନ୍ତା ଜୁନ୍ ମାସରୁ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ। କୋରାପୁଟ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଯୁଗ୍ମ ନିର୍ଦ୍ଦେଶକ ଉଷା ପାଢ଼ୀ। ତାଙ୍କ ସୂଚନା ଅନୁଯାୟୀ, ଜୁନ୍ ପ୍ରଥମ ସପ୍ତାହରୁ ଜୟପୁର ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ିବ। ୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଯାତ୍ରା କରିବ। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଯାତ୍ରା କରିପାରିବେ। ଏଥିପାଇଁ ଯାତ୍ରୀଙ୍କୁ ସବ୍‌ସିଡି ମଧ୍ୟ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଆଜି ଶ୍ରୀମତୀ ପାଢ଼ୀ କେନ୍ଦ୍ରୀୟ ପ୍ରଭାରୀ ଭାବେ ଆକାଂକ୍ଷା ଜିଲ୍ଲା କୋରାପୁଟର ନନ୍ଦପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ମିଶନ ଶକ୍ତି ଦ୍ଵାରା ନିର୍ମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସହିତ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଆକ୍ତାର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.