ଗଳପ ରାଇଜେ ପାଟଦେଇ ତୁମେ
ଅନ୍ଧାର ଆଲୁଅ ଛାଇ
ତଟିନୀର ତୃଷ୍ଣା ଶକୁନିର ଚକା
ପାଚେରୀ ସେପଟ ନଈ….।।
ଅପହଞ୍ଚ ଆକାଶେ ସାୟାହ୍ନର ସ୍ୱର
ଝୁରେ ଓଡ଼ିଆ ସାହିତ୍ୟ
କାଳର ଅନ୍ତର ଜନ୍ମ ଜନ୍ମାନ୍ତର
ଚରିତ୍ର ହସୁଛି ନିତ୍ୟ …..।।
ଓଡ଼ିଆ, ଇଂରାଜୀ ଭାଷାରେ ପୋଖତ
ସାହିତ୍ୟ ଜଗତେ ଖ୍ୟାତ
ଉତ୍କଳ ଅସ୍ମିତା ପଦ୍ମ ବିଭୂଷିତା
ଦୃଶ୍ୟାନ୍ତର ହୁଏ ଚିତ୍ତ…..।।
ଘେନ ଅଶ୍ରୁନାଳ ଘେନ ଶ୍ରଦ୍ଧାଞ୍ଜଳି
ହେଉ ଆତ୍ମାର ସଦ୍ଗତି
କାଳ କାଳ ପାଇଁ ରହିଛ ରହିବ
ବହ୍ନି ବଳୟରେ ନିତି……।।
✍🏾ଡମ୍ବରୁଧର ବେହେରା
ଓଡ଼ିଆ ଶିକ୍ଷକ
ଜବହାର ନବୋଦୟ ବିଦ୍ୟାଳୟ ଗଜପତି
OdiaBarta