ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ନୂତନ ରିହାବ କଲୋନୀ ନିକଟସ୍ଥ ଏକ ମହୁଲ ଗଛରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ବସନ୍ତପଡ଼ା ପଞ୍ଚାୟତ ରେଙ୍ଗୋପାଲି ଗାଁର କୁନା ମାଝୀ(୨୦) ବୋଲି ଚିହ୍ନଟ ହୋଇଛି । ଗତକାଲି ସନ୍ଧ୍ୟାରେ ନୂତନ ରିହାବ କଲୋନୀ ନିକଟସ୍ଥ ଏକ ମହୁଲ ଗଛରେ ଯୁବକ ଜଣକ ନିଜ ଗଳାରେ ଏକ ଧୋତି ବାନ୍ଧି ଆତ୍ମହତ୍ୟା କରିଥିବା ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ଘଟଣାସ୍ଥଳରେ ଲାଞ୍ଜିଗଡ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ଲାଞ୍ଜିଗଡ ଥାନା କେସ୍ ନଂ ୦୪/୦୨୨ରେ ଏକ ମାମଲା ରୁଜୁ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.