ମାଟ୍ରିକ୍‌ ପରୀକ୍ଷା; ଲାଞ୍ଜିଗଡ଼ ବ୍ଲକର ୮ କେନ୍ଦ୍ରରେ ୧୩୦୦ ପରୀକ୍ଷାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା । ପ୍ରବଳ ଖରା ଯୋଗୁଁ ଗୋଟିଏ ପର୍ଯ୍ୟାୟରେ ଦଶମ ବୋର୍ଡ ପରୀକ୍ଷା କରାଯାଉଛି । ସକାଳ ୮ଟାରୁ ଦିନ ୧୦ଟା ଯାଏ ପରୀକ୍ଷା କରାଯାଉଥିବା ବେଳେ କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ ହୋଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷାର ୩୦ ମିନିଟ୍‌ ଆଗରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯାଇଥିଲା । ଚଳିତ ବର୍ଷ ସମ୍ମେଟିଭ-୨ ପରୀକ୍ଷା ଲାଞ୍ଜିଗଡ ବ୍ଲକରେ ୮ ଗୋଟି ସେଣ୍ଟରରେ ୧୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କରୋନା ସଂକ୍ରମଣ ରାଜ୍ୟରେ କମ୍‌ ରହିଥିବାରୁ ୨ ବର୍ଷ ପରେ ସ୍ୱାଭାବିକ ଭାବେ ମାଟ୍ରିକ୍‌ ପରୀକ୍ଷା କରାଯାଉଛି । ଅଫଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୨୯ରୁ ମେ ୭ ତାରିଖ ଯାଏ ଚାଲିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.