ମାରୱାଡି ଯୁବା ମଞ୍ଚ ରୁପ୍ରାରୋଡ ଏବଂ ନେସନାଲ ମାରୱାଡି ଫାଉଣ୍ଡେସନ ଆସାମର ମିଳିତ ଆନୁକୁଲ୍ୟରେ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଅଗ୍ରେସନ ଭବନ ଠାରେ ଆଜି ଠାରୁ ୩ଦିନିଆ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଆରମ୍ଭ ହୋଇ ଯାଇଛି । ମାରୱାଡି ଯୁବା ମଞ୍ଚ ରୁପ୍ରାରୋଡ ଏବଂ ନେସନାଲ ମାରୱାଡି ଫାଉଣ୍ଡେସନ ଆସାମ (ସିଲିଗୁରି) ମିଳିତ ଭାବରେ ଏହି ମହତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରୁପ୍ରାରୋଡ ମାରୱାଡି ଯୁବା ମଞ୍ଚ ସଭାପତି ଗଣେଶ ରାମ ଖେତାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧକ୍ଷା ମନୋରମା ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗ ଦେଇଥିଲେ । ମାରଓ୍ବାଡି ଯୁବା ମଞ୍ଚର ସଦସ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଏହି ଶିବିର ପାଇଁ ୨ ମାସ ଆଗରୁ ଆଖପାଖ ସମସ୍ତ ଗାଁ ବୁଲି ପଞ୍ଜିକରଣ କରାଇଥିଲେ । ଅଞ୍ଚଳର ଅନେକ ଲୋକ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଏହି ଶିବିରରେ ଯୋଗ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ସମସ୍ତ ଦିବ୍ୟାଙ୍ଗ ମାନଙ୍କର ଲାଗିବାକୁ ଥିବା ଅଙ୍ଗର ମାପ ନିଆଯାଇଛି ସେହି ହିସାବରେ ଆଜି କୃତ୍ରିମ ଅଙ୍ଗ ତିଆରି କରାଯିବ ତା’ପରେ ଅଙ୍ଗକୁ ପ୍ରତ୍ୟାରୋପଣ କରାଯିବ । ଏହି ଶିବିର ପରିଚାଳନାରେ ଆଲୋକ ଅଗ୍ରୱାଲ, ରିନେଶ ଅଗ୍ରୱାଲ, ବବଲୁ ଅଗ୍ରୱାଲ, ମହେଶ ଅଗ୍ରୱାଲ ଏବଂ ମାରଓ୍ବାଡି ଯୁବା ମଞ୍ଚର ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ସମାଜସେବୀମାନେ ସହଯୋଗ କରୁଛନ୍ତି । ଏହି ଜନହିତକର କାର୍ଯ୍ୟକ୍ରମ ଅନେକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅସୁବିଧା ଦୂର କରିବାରେ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ଏବଂ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.