ବାଲିଗୁଡାରେ ପ୍ରବଳ ବର୍ଷା ପବନ ସହିତ ବିଜୁଳି ମାଡ଼ : ବିଦ୍ୟୁତ ସେବା ବିଛିନ୍ନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଦେଖିବାକୁ ମିଳିଛି ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ। ଅପରାହ୍ନ ସମୟରେ କଳାହାଣ୍ଡିଆ ମେଘ ସହିତ ପବନ ବର୍ଷା ହୋଇଯାଇଛି। ବର୍ଷା ସହିତ ପବନର ମାତ୍ରା ପ୍ରଖର ଥିବାରୁ ଲୋକେ ପଦାକୁ ବାହାରି ପାରିନ ଥିଲେ। ଏହି ପବନ ଓ ବର୍ଷା ପ୍ରାୟ ଅଧ ଘଣ୍ଟା ଧରି ଲାଗି ରହିବା ଫଳରେ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜରି ପାଲ ଓ ଜିନିଷ ପତ୍ର ସବୁ ଉଡାଇ ନେଇଛି। ବର୍ଷା ଛାଡିବା ପରେ ପରେ ଲୋକଙ୍କ ଚଳ ପ୍ରଚଳ ହେବାର ଦେଖିବାକୁ ମିଳିଥିଲା। ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟୁତ ଚାଲି ଯାଇଛି। ଟାଉନ ତଥା ଆଖ ପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଡାଳ ପତ୍ର ପଡି ବିଦ୍ୟୁତ ବିଛିନ୍ନ ହୋଇଥିବା ବେଳେ ରାତ୍ର ସୁଦ୍ଧା ବିଦ୍ୟୁତ ଆସିନାହିଁ। ଦୀର୍ଘ ଦିନ ଧରି ପ୍ରବଳ ଖରା ଓ ଗରମ ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ ବାଲିଗୁଡା ବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.