ମାଟିର ସ୍ବର ପକ୍ଷରୁ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ

ଓଡ଼ିଆ ବାର୍ତ୍ତା/ ଦଶପଲ୍ଲା: ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ ଶ୍ରମିକ ଦିବସ ଅବସରରେ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଓ ନାରୀ ନେତ୍ରୀ ଉଷାରାଣୀ ବେହେରା ଯୋଗଦାନ କରି ମହିଳା ଓ ପୁରୁଷ ମାନଙ୍କର ସମାନ ଅଧିକାର ଓ ସମାନ ମଜୁରୀ, ଶିଶୁ ଶ୍ରମିକ ମାନଙ୍କ ଅଧିକାର ଓ ଦାଦନ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ । ସାହିତ୍ୟିକ କବି ବନ୍ଧୁମାନେ ଶ୍ରମିକ ମାନଙ୍କ ବହୁବିଧ ମୌଳିକ ତଥା ମାନବିକ ଅଧିକାର ଉଲ୍ଲଂଘନ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ମାନଙ୍କୁ ନିବେଦନ କରିଥିଲେ ଏବଂ ସୁନ୍ଦର ଭାବେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଏକ ସଚେତନତା ଧର୍ମୀ ହିନ୍ଦୀ କବିତା ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ତଥା ସାମାଜିକ କର୍ମୀ ତ୍ରିଲୋଚନ ପୁଞ୍ଜି ନିଜ ବକ୍ତବ୍ୟରେ ଇଟାଭାଟି ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ କବି ଲେଖକ ମାନେ ଏ ଭଳି ସମ୍ବେଦନଶୀଳ ସମସ୍ୟା ଆଧାରିତ କବିତା ରଚନା କରିବା ପାଇଁ ଆହ୍ବାନ ଦେବା ସହିତ ମାଟିର ସ୍ବର ଏକ ଆଦର୍ଶ ଓ ପ୍ରଗତିଶୀଳ ସାହିତ୍ୟ ଆଧାରିତ ସାମାଜିକ ଅନୁଷ୍ଠାନ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି ମତବ୍ୟକ୍ତ କରିଥିଲେସ। ଡଃ. ସରୋଜ ନାୟକ ସମସ୍ତ କବିତାକୁ ବିଶ୍ଲେଷଣ କରି ଜନ ଜୀବନ ଓ ସାମାଜ ଆଧାରିତ ସମସ୍ୟା ଭିତ୍ତିକ କବିତା ସୃଷ୍ଟି କରିବା ପାଇଁ କବି ମାନଙ୍କୁ ଉତ୍ସାହିତ କରିଥିଲେ । ସୁଶ୍ରୀ ଅଞ୍ଜଳୀପ୍ରଭା ପଟ୍ଟନାୟକ ନିଜର ବକ୍ତବ୍ୟରେ ସାରସ୍ବତ ସାଧକ ମାନଙ୍କର କବିତା ଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ସୁନ୍ଦର ଭାବେ ରଚନା କରି ଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଗଠନର ସ୍ବର ଓ ପ୍ରତିଟି ବାର୍ତ୍ତା ସମାଜର ପ୍ରତିଟି ସ୍ତରରେ ପହଞ୍ଚିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ନିଳିମା ନନ୍ଦ ଅଧ୍ୟାପିକା ଏବଂ ପ୍ରିୟଦର୍ଶିନୀ ମିଶ୍ର କବିତା ପାଠୋତ୍ସବର ସଂଯୋଜନା କରିଥିଲାବେଳେ ଶ୍ରୀକାନ୍ତ ଘଡାଇ, ରୋହିତ ଜେନା, ଅଶୋକ କୁମାର ନାୟକ, ନଟବର ପ୍ରଧାନ, ପଦ୍ମିନୀ ମିଶ୍ର, ଇସାନା ସ୍ବସ୍ତିନ ଦିବ୍ୟଜ୍ୟୋତି, ତ୍ରିନାଥ ପଟ୍ଟନାୟକ, ପ୍ରିୟଦର୍ଶନୀ ମିଶ୍ର, ବନ୍ଦନା ବିଶ୍ବାସ,  ବସନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ନାଥ, ପଦ୍ମିନୀ ମିଶ୍ର, ସାନ୍ତ୍ବନୁ ବିଶୋଇ, ଶ୍ରୀକାନ୍ତ ପଣ୍ଡା, ତ୍ରିନାଥ ପଟ୍ଟନାୟକ, ନଟବର ପ୍ରଧାନ ଏବଂ ନାରାୟଣ ସାହୁ ଇତ୍ୟାଦି ଶ୍ରମିକ ମାନଙ୍କ ଜୀବନ ଜୀବିକା ଆଧାରିତ ମାନବବାଦୀ ସମ୍ବେଦନଶୀଳ ସାମାଜିକ କବିତା ଆବୃତ୍ତି କରିଥିଲେ । ଡ଼ଃ. ଲକ୍ଷ୍ମୀପ୍ରିୟା ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ ଏବଂ ଏ ଆଲୋଚନା ଓ କବିତା ପାଠୋତ୍ସବଟି ଶୃଙ୍ଖଳିତ ତଥା ଉଚ୍ଚକୋଟିର ହୋଇଥିବା ଅନୁଭବ କରି ଏକ ବାର୍ତ୍ତା ମାଧ୍ୟମରେ ନିଜର ଗଠନ ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ସଂଗଠନର ସଂଯୋଜକ ପ୍ରଭାତ କୁମାର ସାହୁ ଶ୍ରମିକ ଦିବସର ଇତିହାସ ଓ ଏହାର ପୃଷ୍ଠଭୂମି ତଥା ବିଭିନ୍ନ ଦିଗ ଉପରେ ସଂଖିପ୍ତ ସୂଚନା ପ୍ରଦାନ କରିଥିଲେସ। ବରିଷ୍ଠ ଲେଖିକା ସସ୍ମିତା ଦାଶ ସମସ୍ତ ଅତିଥି ଓ କବି ଲେଖକ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.