ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତି ଭିତ୍ତିକ ଜନ ଗଣନା, ବିଭିନ୍ନ ସରକାରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ, ଓଡିଶା ପଞ୍ଚାୟତିରାଜ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଭଳି ୧୦ଗୋଟି ଦାବୀ ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଆଜି ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆ ଯାଇଛି । କଳାହାଣ୍ଡିରେ ଏହାର ମିଳିତ ପ୍ରଭାବ ଦେଖିବାକୁ ମିଳିଛି । ହେଲେ ଜିଲ୍ଲାର ନର୍ଲା ବ୍ଲକ ଅଞ୍ଚଳରେ ପ୍ରଭାବ ଶୂନ୍ୟ ରହିଛି ପଛୁଆ ବର୍ଗର ସାତ ଘଣ୍ଟିଆ ବନ୍ଦ ପାଳନ । ନର୍ଲାରେ ଆଜି ସକାଳୁ ଦୋକାନ ବଜାର ସାଙ୍ଗକୁ ସ୍କୁଲ, କଲେଜ, ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହି କାମ ଚାଲୁଥିବା ଦେଖିବାକୁ ମିଳିଛି । ସକାଳୁ ଗାଡି ମୋଟର ଗୁଡିକ ମଧ୍ୟ ସ୍ୱାଭାବିକ ଭାବରେ ଚାଲୁଥିବା ଦୃଶ୍ୟମାନ ହେଉଛି । ନର୍ଲାରେ ପ୍ରଭାବ ଶୂନ୍ୟ ରହିଛି ପଛୁଆ ବର୍ଗର ଭାରତ ବନ୍ଦ ପାଳନ ।