ନର୍ଲା ବ୍ଲକ ଆଦିବାସୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ହରିଶଙ୍କର ମାଝୀ ସଭାପତି, ମାୟାଧର ମାଝୀ ସାଧାରଣ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐତିହାସିକ ପୀଠ ବୀରକମଲ ମୈଦାନ ଅସୁରଗଡ଼ ଠାରେ ଆଜି ନର୍ଲା ବ୍ଲକ ଆଦିବାସୀ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ରଣଜିତ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ଓ ଜନ ସାଧାରଣ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ଭାବରେ ଯୁବନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଉପ ସଭାପତି ଭାବେ ବୀର କିଶୋର ମାଝୀ, ଚନ୍ଦ୍ରଶେଖର ଶବର, ବୀର ପାତ୍ର ଓ ସୁଦର୍ଶନ ଭୋଇ, ସାଧାରଣ ସମ୍ପାଦକ ଭାବରେ ମାୟାଧର ମାଝୀ, ସହ ସମ୍ପାଦକ ଭାବରେ ଲଳିତ ପାତ୍ର, ଚିତ୍ରସେନ ଶବର, ମାଧବ ନାଏକ, ଦକ୍ଷରାଜ ଭୋଇ ଓ କୋଷାଧ୍ୟକ୍ଷ ଭାବରେ କିଶୋର ମାଝୀ ମନୋନୀତ ହୋଇଛନ୍ତି। ସେହିପରି ଭାବେ ଉପଦେଷ୍ଟା କମିଟି ସଦସ୍ୟ ଭାବରେ ରଞ୍ଜିତ ମାଝୀ, କ୍ଷିତିଶ ଚନ୍ଦ୍ର ମାଝୀ, ଅନ୍ତରାମ ମାଝୀ, ଯୁଗଳ କିଶୋର କୁମୁରା, ସନ୍ତୋଷ ମାଝୀ, କୁଳମଣି ମାଝୀ, ଯୁଧିଷ୍ଠିର ପାଟ ମାଝୀ, ଟିକେରାମ ମାଝୀ, କିରଣ ଯାନୀ ଏବଂ ମହେନ୍ଦ୍ର ମୁଣ୍ଡା ମନୋନିତ ହୋଇଥିଲେ। ପରେ ନବ ନିର୍ବାଚିତ ପ୍ରତିନିଧିମାନେ କମଲ ମାଝୀଙ୍କ ସ୍ମୃତି ପୀଠରେ ଶପଥ ନେଇଥିଲେ। ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ କାମ କରିବାକୁ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ଳମାନେ ମତ ବ୍ୟକ୍ତ କରିଥିଲେ। ନର୍ଲା ବ୍ଲକ ଦାଇତ୍ୱରେ ଥିବା ଜିଲ୍ଲା ଆଦିବାସୀ ସଂଘ କୋଷାଧକ୍ଷ ଉଦ୍ଧବ ପାତ୍ର ଓ ଜିଲ୍ଲା ସଭାପତି ପ୍ରକାଶ ମାଝୀ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ଦିଗଦର୍ଶନ ଦେଇଥିଲେ। ଏଥିରେ ଦେବରାଜ ମାଝୀ, ଅମର ସିଂ ମାଝୀ, ଦୁର୍ଯ୍ୟୋଧନ ମାଝୀ, କୈଳାସ ଚନ୍ଦ୍ର ମାଝୀ, ବୈଦ୍ୟନାଥ ମାଝୀଙ୍କ ସମେତ ୨୬ଟି ଗ୍ରାମ ପଞ୍ଚାୟତର ଶତାଧିକ ଆଦିବାସୀ ଯୁବକ ଯୁବତୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.