କେନ୍ଦ୍ରରେ ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଓବିସି ମୋର୍ଚ୍ଚା ସମାବେଶ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କେନ୍ଦ୍ରରେ ମୋଦୀ ସରକାରଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ନର୍ଲା ବିଧାନସଭା ସ୍ତରିୟ ଓବିସି ମୋର୍ଚ୍ଚା ସମାବେଶ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ମଣ୍ଡଳ ଖଲିଆପାଲି ଶୈବ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଓବିସି ମୋର୍ଚାର କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରାମ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା ରାଣୀ ସାହୁ, ପୂର୍ବତନ ବିଧାୟକ କୁମର ମଣୀ ଶବର, ନର୍ଲା ସଂଯୋଜକ ଅନିରୁଦ୍ଧ ପଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟକାରିଣୀ ସଦସ୍ୟ ଶ୍ରୀକାନ୍ତ ହୋତା, ଯୋରାଡବରା ମଣ୍ଡଳ ପ୍ରଭାରୀ ପଦ୍ମ ଲୋଚନ ମିଶ୍ର, ରାମପୁର ବ୍ଲକ ସାଂସଦ ପ୍ରତିନିଧି ଖୁସିରାମ ସାହୁ, ଦିବାକାର ବାଗ, କର୍ଲାମୁଣ୍ଡା ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ରଣା, ଯୋରାଡବରା ମଣ୍ଡଳ ଓବିସି ମୋର୍ଚା ସଭାପତି ଶିଶିର କୁମାର ସାହୁ, କୃଷକ ମୋର୍ଚା ଉପ ସଭାପତି ଦୟା ନିଧି ସାହୁ, ମଣ୍ଡଳ ସଭାପତି ଦଶରଥ ସାହୁ, ସଂଜୟ ଜୈନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ସାହୁ, ଓବିସି ମୋର୍ଚ୍ଚା ସଂପାଦିକା ଜୟନ୍ତୀ ସାହୁ ପ୍ରମୁଖ ମଞ୍ଚାସିନ ହୋଇ ପଛୁଆବର୍ଗଙ୍କ ପାଇଁ ହେଇଥିବା କେନ୍ଦ୍ରୀୟ କାର୍ଯ୍ଯ କ୍ରମରେ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋରାଡବରା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ, ସଂପାଦକ ଗୋପି ସାହୁ, କର୍ଲାମୁଣ୍ଡା ମଣ୍ଡଳ ସଂପାଦକ ଲିଙ୍ଗରାଜ ସାହୁ, ଦିଲିପ ସାହୁ, ବରିଷ୍ଟ ବିଜେପି ନେତା ବିଘ୍ନରାଜ ସାହୁ, ନବୀନ କୁମାର ପଧାନ, କିର୍ତିଶ୍ଚନ୍ଦ୍ର ମାହାର, ନାରୀ ସଭାନତ୍ରି ପୁଷ୍ପାଞ୍ଜଳୀ ସାହୁ, ଡୋଲାମଣୀ ସାହୁ, ଡୋଲାମଣୀ ଭୋଇ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଟ କର୍ମକର୍ତା ଉପସ୍ଥିତ ଥିଲେ। ଗୋପିନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶୁଭ୍ରାଶୁଂ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.