ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନବରଙ୍ଗପୁର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳକୁ ବେଆଇନ ବିଦେଶୀ ମଦ ଚାଳାଣବେଳେ ଗୁରୁବାର ଆମପାଣି ପୁଲିସ ୨ ଜଣକୁ ଅଟକ ରଖିଛି । ଅଟକ ୨ ଜଣ ହେଲେ ମୈଦଲପୁର ବିଦେଶୀ ଅଫ୍ ସୋପ୍ର କର୍ମଚାରୀ ଗଜେନ୍ଦ୍ର ସିଂ ଓ ହରେନ୍ଦ୍ର ସିଂ ବୋଲି ଜଣାପଡିଛି । ପୁଲିସ ସୂଚନା ଅନୁସାରେ, ଗୁରୁବାର ସକାଳୁ ନବରଙ୍ଗପୁର ପଟୁ ଏକ ବାଇକ ଯୋଗେ ଗଜେନ୍ଦ୍ର ଓ ହରେନ୍ଦ୍ର ୨ଜଣ ଆମପାଣି ଅଞ୍ଚଳକୁ ଆସୁଥିବା ବେଳେ ଆମପାଣି ଥାନା ଚେକ୍ ପୋଷ୍ଟ ପାଖରେ ପୁଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ଠାରୁ ୫ପେଟି ବିଦେଶୀ ମଦ ସହ ଏକ ବାଇକକୁ ଜବତ କରି ଥାନାକୁ ଆଣାଯାଇଥିଲା । ତେବେ ସେମାନେ ଆଣୁଥିବା ୫ଟି ପେଟିରେ ପ୍ରାୟ ୩୯ ଲିଟର ବିଦେଶୀ ମଦ ରହିଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖିବା ସହ ଆମପାଣି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲାଇଥିବା ଥାନା ଅଧିକାରୀ ଚତୁର୍ଭଜ ନାଏକ ସୂଚନା ଦେଇଛନ୍ତି । ପ୍ରତିଦିନ ଆମପାଣି ଘାଟି ରାସ୍ତା ଦେଇ ବେଆଇନ ମଦ ଓ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆମପାଣି ପୋଲିସକୁ ଚକମା ଦେଇ ମାଫିଆ ମାନେ କିଭଲି ସୁରକ୍ଷତ ଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି ତାହା ପୁଲିସ ପ୍ରତି ସଂଦେହ ସୃଷ୍ଟି କରୁଛି । ତେବେ ପୁଲିସର ଢିଲା ବ୍ଲକିଂ ଚେକିଂ କାରଣରୁ ଆମପାଣି ଘାଟି ରାସ୍ତା ଏବେ ବେଆଇନ କାରବାରରେ ଲିପ୍ତଥିବା ମାଫିଆ ମାନଙ୍କ ସୁରକ୍ଷିତ କରିଡର ପାଲଟିଛି ।