ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତର ବାବେଗୁଡା ଧନମଣ୍ଡି ପଡ଼ାରେ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ନିର୍ମାଣ ହେଉଥିବା କାମରେ ଅଳ୍ପ କିଛି ଚାଷୀ ପାଣି ପାଇବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଚାଷୀମାନଙ୍କ ଅଭିଯୋଗ ହେଲାପରେ ବିଭିନ୍ନ ଗଣମାଧ୍ୟମରେରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଚାଷୀ ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୃଣମୂଳ ସ୍ତରରେ ପହଞ୍ଚି ତିନି ବର୍ଷ ପୂର୍ବରୁ ଜନସେବା କେନ୍ଦ୍ର ଅଣଅନୁଷ୍ଠାନିକ ସଂଘଠନ ଦ୍ୱାରା ୪୫ ଜଣ ଚାଷୀଙ୍କ ୬୦ ଏକର ଜମିରେ ଉଠାଜଳସେଚନ ପ୍ରକଳ୍ପ ମଞ୍ଜୁର ହୋଇ ଥିବା ପ୍ରକଳ୍ପରେ ୧୦ ଜଣ ଚାଷୀ ଉଠାଜଳସେଚନରୁ ବାଦ ପଡ଼ୁଥିବା ଦେଖି ସଙ୍ଗେ ସଙ୍ଗେ ଟେଣ୍ଡର କାର୍ଯ୍ୟ କରୁଥିବା ଠିକାଦାର ରବିନ୍ଦ୍ର ସାହୁଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ବାବେଗୁଡା ଚାଷୀ ମାନଙ୍କ ସମସ୍ୟାର ସମାଧାନ କରିଥିଲେ । ଏହି କାର୍ଯ୍ୟ ପାଇଁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଚାଷୀ କୁଳ ତଥା ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।