ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ପଞ୍ଚାୟତ ବୈଜଳପୁର ଓ ଖଳିଆକାନି ପଞ୍ଚାୟତ ସୁକୁନିମୁଣ୍ଡା ଠାରେ ଥିବା ଦୁଇଟି କ୍ରସର୍ ୟୁନିଟରେ ବୋର୍ ଲଗାଇ ବେଆଇନ ଭାବେ ଡେନାମାଇଟ୍ ଓ ଜିଲୋଟିନ୍ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଗୋଇନ୍ଦିମୁଣ୍ଡା, କୁରେସିନି ଓ ସୁକୁନିମୁଣ୍ଡା ଆଦି ଅଞ୍ଚଳର ଘର, ସ୍କୁଲ ଫାଟି ଆଁ କରିବା ଓ ଏହି ଅଞ୍ଚଳ ବସ୍ତିବାସିନ୍ଦା ଆତଙ୍କିତ ଘଟଣା ଓଡ଼ିଆବାର୍ତ୍ତା ସମେତ ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶ ପରେ ତତ୍ପରତା ଦେଖାଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ । ଆଜି ବ୍ଲାଷ୍ଟିଂରେ ସବୁଠାରୁ କ୍ଷତି ହୋଇଥିବା ଗୋଇନ୍ଦିମୁଣ୍ଡା ଗସ୍ତ କରିବା ସହ ଘର ଘର ବୁଲି ବ୍ଲାଷ୍ଟିଂରେ ଫାଟି ଥିବା ଘର ଦେଖିଥଲେ ଓ ପରିବାର ବର୍ଗକୁ ଭେଟିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ପ୍ରାୟ ଗାଁର ଶତାଧିକ ଲୋକଙ୍କ ଘର ଫାଟି ଆଁ କରିଥିବାବେଳେ ସେମାନଙ୍କୁ ପ୍ରତିଶ୍ରୁତି ଦେବା ସହ ତାଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳ କଳାହାଣ୍ଡି, ଉପଜିଲ୍ଲାପାଳ ଧର୍ମଗଡ ସହ ଆଲୋଚନା କରି ବେଆଇନ୍ ବ୍ଲାଷ୍ଟିଂ ବନ୍ଦ କରାଯିବ ବୋଲି କହିଥିଲେ । ଅନ୍ୟପଟେ କିଛି ବଡ଼ ବଡିଆ ଲାଞ୍ଚ ଖୋର୍ ସ୍ଥାନୀୟ ଲୋକଙ୍କ ଚାପରେ ବଶବର୍ତ୍ତୀ ହୋଇ ଗୋଟିଏ ଜାଗାରେ ଅଳ୍ପ ବ୍ୟବଧାନରେ ଦୁଇଟି କ୍ରସର ହେବା ଓ ଏକା ଥର କେ ଏକାଧିକ ବ୍ଲାଷ୍ଟ ହେବା ଏବଂ ଏହି ଘଟଣାରେ ଗୋଲାମୁଣ୍ଡା ତହସିଲଦାରଙ୍କ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅମଙ୍ଗ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଯଦି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥାନୀୟ ପ୍ରଶାସନ ବେଆଇନ ବ୍ଲାଷ୍ଟ ବନ୍ଦ ନ କଲେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ରାଜ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେବା ସହ ଅଞ୍ଚଳର ହଜାର ହଜାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ।