ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ରଥଯାତ୍ରା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ଅଣସର ନିତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଂଚମୀ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧର ପଣା, ନିଲାଦ୍ରୀ ବିଜେ ଆଦି ପାଳନ ନିମନ୍ତେ ବିଶଦ ଆଲୋଚନା ହୋଇଥିଲା । କରୋନା କଟକଣା କାରଣରୁ ଗତ ଦୁଇବର୍ଷ ରଥଟଣା ବନ୍ଦ ରହିଥିବା ଯୋଗୁଁ ଏବର୍ଷ ପ୍ରବଳ ଜନସମାଗମର ଆଶା ଥିବାରୁ କମିଟି ତରଫରୁ ବ୍ଯାପକ ବ୍ଯବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । କମିଟି ସଂପାଦକ ତୁଳସୀରାମ ମେହେର କାର୍ଯ୍ଯକ୍ରମ ଗୁଡ଼ିକର ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିଥିବା ବେଳେ ବ୍ଯବସ୍ଥିତ ପରିଚାଳନା ନିମନ୍ତେ ସେବାୟତ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ଯ ଯେ, ୨୦୧୪ରେ ଗଜପତି ମହାରାଜା ଦିବ୍ଯ ସିଂହ ଦେବଙ୍କ ଉପସ୍ଥିତିରେ ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ପ୍ରତିବର୍ଷ ଏଠାରେ ଆଡ଼ମ୍ଭର ସହକାରେ ଶ୍ରୀଜିଉଙ୍କ ତିନୋଟି ରଥ ଟଣାଯାଇ ଆସୁଛି । ଆଜିର ବୈଠକରେ ଅନ୍ଯମାନଙ୍କ ମଧ୍ଯରେ ଡମ୍ୱରୁଧର ମେହେର, ଫଣିଂଦ୍ରନାଥ ମେହେର, କ୍ଷୀରସିନ୍ଧୁ ମେହେର, ନାରାୟଣ ପାତ୍ର, ଦୁଷ୍ଟାନ୍ତର ମେହେର, ଗଲାମଣି ସା, ନରହରୀ ମେହେର, ଚିନ୍ତାମଣି ସାହୁ, ଲୋକନାଥ ମେହେର, ସୁବାଷ ଅଗ୍ରୱାଲ, ମଧୁରାମ ମେହେର, ନନ୍ଦକୁମାର ପାତ୍ର, ମେଘନାଦ ମେହେର, ମନୀଷ ପଟେଲ, ତପେଶ୍ୱର ମେହେର, ରୂପେଶ ଚଂଦ୍ର ମେହେର, ବିଦ୍ଯାଧର ମେହେର, ଅମିତ ଜୈନ, ଖୁସିରାମ ମେହେର, ହୀରାଲାଲ ଅଗ୍ରୱାଲ, ମେଢ଼ ମେହେର, ଚଂଦ୍ର ଶେଖର ମେହେର, ରୋହିତ ମେହେର, ତରୁଣ ମେହେର, ବୈଷ୍ଣବ ମେହେର, ଶଙ୍କର ମେହେର, ଧୃବଚରଣ ମେହେର, ଶିବପ୍ରସାଦ ମେହେର, କୃଷ୍ଣରାମ ମେହେର, ଉଦ୍ଧବ ମେହେର, ରାମକୃଷ୍ଣ ମେହେର, ହାଡ଼ୁରାମ ମେହେର, ରୂଷଭ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନବୀନ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.