ନୂତନ ସଭାପତି ଭାବେ ସୁରେନ୍ଦ୍ର ଭୋଇ ଓ ସଂପାଦକ ଭାବେ ଗୋବିନ୍ଦ ଭୋଇ ମନୋନୀତ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ରାଜିବ ସେବାକେନ୍ଦ୍ର ନିକଟସ୍ଥ କାଜୁ ବଗିଚା ଠାରେ ଆଦିବାସୀ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଥିଲା। ବ୍ଲକ ସଂଘର ନୂତନ ସଭାପତି ଭାବେ ସୁରେନ୍ଦ୍ର ଭୋଇ, ଉପସଭାପତି ଭାବରେ ଜଗବନ୍ଧୁ ଧରୁଆ, ସ୍ୱୟମ୍ବର ମିର୍ଧା, ସମ୍ପାଦକ ଭାବେ ଗୋବିନ୍ଦ ଭୋଇ, ସହ-ସମ୍ପାଦକ କୁମରମଣି ପାତ୍ର, କୋଷାଧକ୍ଷ ନରେନ୍ଦ୍ର ଶବର, ମିଡ଼ିଆସେଲ ଇନଚାର୍ଜ ଭାବରେ ନନ୍ଦି କିଶୋର ଭୋଇ, ଉପଦେଷ୍ଟା କମିଟି ଭାବରେ ଗୋବର୍ଦ୍ଧନ ଭୋଇ, ସୁବାସ ଭୋଇ, ବାସୁଦେବ ମାଝୀ, ଶଙ୍କର ଭୋଇ, ଦୟାନିଧି ମାଝୀ, ପରଧୀଆ ଧରୁଆ, ରାଜେନ୍ଦ୍ର ଭୋଇ, ପବିତ୍ର ଭୋଇ, ବାଦଲୁ ଜାନି, ବରୁଣ ଭୋଇଙ୍କୁ ଚୟନ କରାଯାଇଛି।ଏଥିରେ କର୍ଲାମୁଣ୍ଡା ବ୍ଲକର ୧୨ ଟି ପଞ୍ଚାୟତର ଆଦିବାସିମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆଦିବାସି ସଂଘକୁ ଅଧିକ ମଜବୁତ କରି ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିବେ ବୋଲି ନୂତନ ସଭାପତି ଶ୍ରୀ ଭୋଇ ସୂଚନା ଦେଇଛନ୍ତି।