କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ କଳାହାଣ୍ଡି ଗସ୍ତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଆକାଂକ୍ଷି ଜିଲ୍ଲାର ରୂପାନ୍ତରଣ ଯୋଜନାର ଅଂଶବିଶେଷ କଳାହାଣ୍ଡି ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସଠିକ୍ ରୂପାୟନ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ମୁଣ୍ଡା ଏହି ଗସ୍ତ କରିଥିବା ଜଣାପଡିଛି। ରବିବାର ଦିନ ସେ ଉତ୍କେଲା ଏୟାର ଷ୍ଟ୍ରିପ ଠାରେ ଅବତରଣ କରିଥିଲେ। ସେଠାରେ ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଓ ପ୍ରଶାସନ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୋମେଶ କୁମାର ଉପାଧ୍ୟାୟ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କେସିଙ୍ଗା ଏନ୍ଏସିର ବୋରିଂପଦର ସ୍ଥିତ ପୁନର୍ବାସ କଲୋନୀକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୪ ଟି ହିତାଧିକାରୀ ପରିବାରବର୍ଗଙ୍କୁ ଭେଟି ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ। ଏହି କଲୋନୀରେ ପ୍ରଶାସନ ତରଫରୁ କରାଯାଇଥିବା ରାସ୍ତା, ଲାଇଟ୍, ଡ୍ରେନ ଓ ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହାପରେ କେସିଙ୍ଗା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲର ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ, ଶୌଚାଳୟ ପରିଦର୍ଶନ କରିଥିଲେ ଓ ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। କେସିଙ୍ଗା ସ୍ଥିତ ସିଏଚସି ଡାକ୍ତରଖାନା ପରିଦର୍ଶନ କରି କତୃପକ୍ଷଙ୍କୁ ବିଭିନ୍ନ ତଥ୍ୟ ବିଷୟରେ ପଚାରି ଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ସିଡ଼ିଏମଓ ଡ଼ା କସ୍ତୁରୀ ମିଶ୍ର, ଡିଡି ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ଡିଇଓ ସୁଶାନ୍ତ ଚୋପଦାର, ଡିଆଇପିଆରଓ ମନୋଜ ବେହେରା, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଇଓ କିରଣ ବେହେରା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଅଜିତ ଉତ୍ତରାୟ, କେସିଙ୍ଗା ବିଜେପିର ପ୍ରଶାନ୍ତ ବାନାର୍ଜୀ, ଗୋବିନ୍ଦ ବନଛୋର, ମଗନ୍ ସିନ୍ଦୂର, ସରିତା ସିନ୍ଦୂର ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.