ଟଙ୍କଧର ଭାଟି ସଭାପତି, ଲକ୍ଷ୍ମଣ ଚାଲାଣ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ଖିରସିନ୍ଧୁ ବାଣୁଆ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁ ପ୍ରଗତି ନଗର ଧାନ ମଣ୍ଡି ଠାରେ ଜୁନାଗଡ଼ ବ୍ଲକ ଡ୍ରାଇଭର ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ବ୍ଲକ ସଭାପତି ଟଙ୍କଧର ଭାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ତଥା ରାଜ୍ୟ ସହ ସଂପଦକ ଭାଇ ଘନଶ୍ୟାମ ବେହେରା ଯୋଗ ଦେଇ ଉପସ୍ଥିତ ସଭ୍ୟ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସୁସଂଗଠିତ ହେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ବ୍ଲକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ଟଙ୍କଧର ଭାଟି, ଉପ ସଭାପତି ଅଜିତ କୁମାର ନାଗ, ସମ୍ପାଦକ ଲକ୍ଷ୍ମଣ ଚାଲାଣ, ସହ ସମ୍ପାଦକ ଘନଶ୍ୟାମ ପୂଝାରୀ ଓ କୋଷାଧ୍ୟକ୍ଷ ଭାବରେ ଗଣେଶ ପୂଝାରୀଙ୍କୁ ସର୍ବ ସହମତି କ୍ରମେ ଚୟନ କରାଯାଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶେଷରେ ନବୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।