ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା କେବେ ?

ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚର ଦାବୀ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ମ.ରାମପୁର ରାଜସ୍ବ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହେଉଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତରଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଓ ଆବାହକ ବିଭୁତୀ ଭୁଷଣ ମହାଖୁଡଙ୍କ ନେତୃତ୍ବରେ ଚାରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତହସିଲଦାରଙ୍କ ଜରିଆରେ ଦାବୀ ପତ୍ର ସହ ମ.ରାମପୁର ବ୍ଲକ ଠାରେ ଜିଲ୍ଲାପାଳ ଜନ ଶୁଣାଣି କରିବା ଅବସରରେ ତାଙ୍କୁ ମଧ୍ୟ ମ.ରାମପୁର ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଚମରା ବାଗର୍ତ୍ତି, ପଦ୍ମ ଲୋଚନ ମିଶ୍ର, ପଦ୍ମ ଲୋଚନ ପାତ୍ର, ବିପ୍ର ମାଝୀ, ରାଜୁ ମାଝୀ, ବିଶ୍ୱଜିତ ଚାଟାର୍ଜୀ, ସତ୍ୟଜୀତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ଦିବାକର ବାଗ, ଉପେନ୍ଦ୍ର ପାତ୍ର, ଦୟାନିଧି ପାତ୍ର, ପ୍ରଭାକର ନାଗ, ଦାଶରଥି ମାଝୀ, ଲୋଚନ ଧରୁଆ, ଲଙ୍ଗେ ମାଝୀ ଓ ଧୋବା ପନ୍ଦର ପ୍ରମୁଖ ସାମିଲ ଥିଲେ । ଯଦି ସରକାର ଏ ଦିଗରେ ଦୃଷ୍ଟି ନ ଦେବେ ତେବେ ବିଧାନସଭା ସମ୍ମୁଖରେ ଧାରଣା ଦିଆ ଯିବା ସହ ଆଗାମୀ ଦିନରେ ରାଜରାସ୍ତାକୁ ମଞ୍ଚ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.