ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ଓ ପାଞ୍ଚ ମହିଳା ଉଦ୍ୟୋଗୀ ପୁରସ୍କୃତ

ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଫାଇନାନ୍‍ସିଂ ଓମେନ୍‍ ଏଣ୍ଟରପ୍ରିନ୍ୟୋର୍ସ ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ପୁରସ୍କାର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ଏକ ଅନନ୍ୟ ଏବଂ ସମ୍ପୂର୍ଣ୍ଣ ନୂଆଧରଣର ପ୍ରୟାସ ପ୍ରୋଜେକ୍ଟ ‘ଉଦ୍ୟମୀ’ ସହିତ ଏହାଦ୍ୱାରା ପ୍ରୋତ୍ସାହିତ ପାଞ୍ଚଜଣ ମହିଳା ଉଦ୍ୟୋଗୀଙ୍କୁ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଫାଇନାନ୍ସିଂ ଓମେନ ଏଣ୍ଟରପ୍ରିନ୍ୟୋର୍ସ’ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଅବସରରେ ପୁରସ୍କୃତ କରାଯାଇଛି । ରାୟଗଡାର କାଶୀପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରୁ ୩୦୦ ଜଣ ଉଦ୍ୟୋଗୀଙ୍କୁ ଅଣ କୃଷି ଓ କୃଷି ସମ୍ପର୍କିତ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ସକାଶେ ଉତ୍କଳ ଆଲୁମିନା ଇଡିଆଇଆଇ (ଏଣ୍ଟରପ୍ରିନ୍ୟୋରସିପ୍‍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ) ସହିତ ସହଭାଗିତା କରିଛି ଏବଂ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‍ର ଟିକିରିଠାରେ ପ୍ରୋଜେକ୍ଟ ‘ଉଦ୍ୟମୀ’ କାର୍ଯ୍ୟକାରୀ କରୁଛି । ମହିଳା ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଅନନ୍ୟ କର୍ପୋରେଟ ପ୍ରକଳ୍ପଗୁଡିକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu


ଶ୍ରୀ ତୁଷାରକାନ୍ତି ବେହେରା, ସମ୍ମାନନୀୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ, ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବା ସହିତ ମହିଳା ଔଦ୍ୟୋଗିକତା ପରିବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ କର୍ପୋରେଟଗୁଡିକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍‍ଘାଟନି ଅଧିବେଶନ ପରେ ସମ୍ମାନନୀୟ ମନ୍ତ୍ରୀ ଶ୍ରୀ ବେହେରା ଉଦ୍ୟମୀର ଟିମ୍‍ ସଦସ୍ୟ, ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍‍, ସିଏସଆର, ଉତ୍କଳ ଆଲୁମିନା ଓ ପୁରସ୍କାର ଲାଭ କରିଥିବା ଉଦ୍ୟୋଗୀମାନଙ୍କ ଠାରୁ ପ୍ରୋଜେକ୍ଟ ଉଦ୍ୟମୀର ମଡେଲ ଏବଂ ଗୋଷ୍ଠୀସ୍ତରରେ ତାହାର ପଡୁଥିବା ପ୍ରଭାବ ସମ୍ପର୍କରେ ବୁଝିବାକୁ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଟିକିରିଠାରେ ଉତ୍କଳ ଆଲୁମିନା ପକ୍ଷରୁ ଏହାର କର୍ପୋରେଟ/ସିଏସଆର ପ୍ରକଳ୍ପ ଅଧୀନରେ ହାତକୁ ନିଆଯାଇଥିବା ଏଭଳି ଅନନ୍ୟ ପ୍ରୟାସକୁ ଶ୍ରୀ ବେହେରା ଉଚ୍ଚ ପ୍ରଶଂସା କରିଥିଲେ ।
ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍‍, ପ୍ରମୁଖ ଶାସନ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର ଓଡ଼ିଶାରେ ଔଦ୍ୟୋଗିକତା ପରିବ୍ୟବସ୍ଥାକୁ ସୁଦୃଢ କରିବା ସକାଶେ ଉତ୍କଳ ଆଲୁମିନା ଏବଂ ଏଣ୍ଟରପ୍ରିନ୍ୟୋରସିପ୍‍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହଭାଗୀ ପ୍ରୟାସ ମଡେଲ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ଉଲ୍ଲେଖ କରିଥିଲେ । ଶ୍ରୀ ଶର୍ମା ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ପ୍ରୋଜେକ୍ଟ ଉଦ୍ୟମୀର ବ୍ୟବସ୍ଥିତ ଏବଂ ସମ୍ମିଶ୍ରିତ ଆଭିମୁଖ୍ୟ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟଭ୍ୟାସର ଉଦାହରଣ ଦେଇଥିଲେ । ତାହା ସହିତ ଶ୍ରୀ ଶର୍ମା ସମଗ୍ର ଓଡ଼ିଶାରେ ପ୍ରାଜେକ୍ଟ ଉଦ୍ୟମୀ ମଡେଲର ପରିବ୍ୟାପ୍ତି ସମ୍ପର୍କରେ ପ୍ରକାଶ କରିଥିଲେ । ସେ ବ୍ୟକ୍ତିଗତ ଭାବରେ ପ୍ରୋଜେକ୍ଟ ଉଦ୍ୟମୀ ଟିମ୍‍ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ନିମନ୍ତେ ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳରେ ସେମାନଙ୍କର ଉଦ୍ୟମ ପାଇଁ ସମୁଦାୟ ଟିମ୍‍କୁ ଅଧିକ ପ୍ରେରଣା ଦେଇଥିଲେ ।

Udyog Nursery
Udyogi Nursery

ପାଞ୍ଚଜଣ ସଫଳ ମହିଳା ଉଦ୍ୟୋଗୀ ଯଥା (୧) ଯଶୋଦା ଝୋଡିଆ (ସ୍ଲିପର ତିଆରି ୟୁନିଟ୍‍), ଟିକିରି, (୨) ପ୍ରମିଳା ନାଏକ (ଟେଲରିଂ ସେବା), ଡାଙ୍ଗଶିଳ, (୩) ସଞ୍ଜୁକ୍ତା ଖୋରା (ଫିନାଇଲ ପ୍ରସ୍ତୁତି ୟୁନିଟ), ଟିକିରି, (୪) ସରୋଜିନୀ ମାଝି (ମୁଢି ଭଜା ୟୁନିଟ), ଚନ୍ଦ୍ରଗିରି, (୫) ଅପରାଜିତା ନାଏକ (ରିଫ୍ରେସମେଣ୍ଟ ସପ୍‍), ଆଦ୍ରି, କଳାହାଣ୍ଡିଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍‍, ସିଏସଆର, ଉତ୍କଳ ଆଲୁମିନା, ପ୍ରୋଜେକ୍ଟର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉକ୍ତ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ଯାହାକୁ ଉପସ୍ଥିତ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରୋଜେକ୍ଟ ଉଦ୍ୟମୀର ମହିଳା ଉଦ୍ୟୋଗୀମାନେ ମଧ୍ୟ ସେମାନଙ୍କର ଔଦ୍ୟୋଗିକି ଯାତ୍ରା ଅନଭୂତି ପ୍ରକାଶ କରିବା ସହିତ ସେମାନଙ୍କୁ ପୁରସ୍କାର ପ୍ରଦାନ ଜରିଆରେ ସ୍ୱୀକୃତି ଦେଇଥିବାରୁ ଓସିଏପ୍‍ ଏବଂ ଓଡ଼ିଶା ସରକାରଙ୍କୁ ସେମାନଙ୍କ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ପ୍ରୋଜେକ୍ଟ ଉଦ୍ୟମୀ ସମ୍ପର୍କରେ ପ୍ରକାଶ କରି ୟୁନିଟ୍‍ ହେଡ୍‍, ଉତ୍କଳ ଆଲୁମିନା, ଶ୍ରୀ ମଜହର ବେଗ୍‍ କହିଥିଲେ ଔଦ୍ୟୋଗିକତା ବିକାଶରେ ଉଦ୍ୟମୀ ଏକ ଆଲୋକର ଶିଖା ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଅନ୍ୟମାନେ ଯେଭଳି ଅନୁସରଣ କରିବେ ସେଥିପାଇଁ ଏକ ମାନକ ନିର୍ଦ୍ଧାରଣ କରିବା ଉଚିତ । ଡ. ସୁବ୍ରତ କୁମାର ବିଶ୍ୱାଳ, ରିଜିଓନାଲ ହେଡ୍‍, ଇଡିଆଇଆଇ ଅଫ ଇଣ୍ଡିଆ ଏବଂ ଶ୍ରୀ କୁଶଳ ଚନ୍ଦ୍ର ବେହେରା, ପ୍ରୋଜେକ୍ଟ ଲିଡର, ପ୍ରୋଜେକ୍ଟ ଉଦ୍ୟମୀ ପ୍ରମୁଖ ସମୁଦାୟ ଟିମ୍‍ ସହିତ ଏହି ଅବସରରେ ଉପସ୍ଥିତ ଥିଲେ ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ଏହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ସମସ୍ୟାଗୁଡିକ ପ୍ରତି ଦୃଷ୍ଟିଦେଉଛି, ମୋଟ ଉପରେ ୟୁଏଆଇଏଲ ଓଡ଼ିଶାରେ ୮୪ଟି ଗ୍ରାମରେ ନିଜକୁ ନିୟୋଜିତ ରଖିବା ସହିତ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.