ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ବିଶ୍ୱ ରକାଦାତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଆୟୋଜିତ ସଭାରେ ନର୍ଲା ବ୍ଲକର ବିଜୟ କୁମାର ଭୋଇ ଓ ଶୈଳଶୁତା ଭୋଇଙ୍କ ସୁପୁତ୍ର ମିଲନ କୁମାର ଭୋଇଙ୍କୁ ୨୦୨୧-୨୨ ବର୍ଷ ପାଇଁ “ସର୍ବଶ୍ରେଷ୍ଠ ରକ୍ତଦାତା” ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସିଡିଏମଓ କଳାହାଣ୍ଡି କସ୍ତୁରୀ ମିଶ୍ର, ଏଡିଏମଓ ପ୍ରକାଶ କୁମାର ସାହୁ, ମେଡିକାଲ ଷ୍ଟାଫ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମିଲନ କୁମାର ଭୋଇ ଏ + ଗ୍ରୁପର ରକ୍ତ ଆଜି ପର୍ଯ୍ୟନ୍ତ ୧୧ ଥର ରକ୍ତଦାନ କରିଛନ୍ତି । ସେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ର ବିଭିନ୍ନ ଡାକ୍ତରଖାନାରେ ନିରୀହ ରୋଗୀଙ୍କ ପାଇଁ ୨୦୧୮ ମସିହାରୁ ରକ୍ତ ଯୋଗାଡ଼ କରି ଆସୁଛନ୍ତି । ତାଙ୍କ କାର୍ଯ୍ୟ କୁ ଦେଖି ଆଜି ଜିଲା ପ୍ରଶାସନ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।