ନିର୍ମାଣାଧିନ ସିନାପାଲି ଶିବ ମନ୍ଦିର କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ସହରର ଉଦନ୍ତୀ ନଦୀ କୂଳରେ ନିର୍ମାଣାଧିନ ଭବ୍ଯ ଶିବ ମନ୍ଦିରର ପରିଚାଳନା କମିଟି ଗଠନ କରାଯାଇଛି । ପୂର୍ବତନ ବ୍ଲକ ଅଧ୍ଯକ୍ଷ ନୀଳମଣି ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଶିବ ମନ୍ଦିର ନିର୍ମାଣ କାର୍ଯ୍ଯକୁ ତରାନ୍ୱିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିବା ବେଳେ କମିଟିରେ ସଭାପତି ଭାବରେ ଶିକ୍ଷାବିତ୍ ଲମ୍ୱୋଦର ମେହେର, ଉପସଭାପତି ବିଘ୍ନରାଜ ମେହେର, ଅରିଗଞ୍ଜନ ଯୋଷୀ, ସୁବାଷ ଅଗ୍ରୱାଲ, ସଂପାଦକ ବୈଷ୍ଣବ ମେହେର, ସହସଂପାଦକ ଗଣେଶ ମେହେର, ନନ୍ଦକୁମାର ପାତ୍ର, ଅମିତ ଜୈନ, ହିରାଧର ମେହେର, କୋଷାଧ୍ଯକ୍ଷ ସନ୍ତୋଷ ମେହେର ଓ ସଂଯୋଜକ ଭାବରେ ଆଲୋକ ମେହେରଙ୍କ ମନୋନୀତ କରାଯାଇଛି । ସେହିଭଳି କମିଟିର କାର୍ଯ୍ଯାକାରୀ ସଦସ୍ଯ ଭାବରେ ସୂରଜ ମେହେର, ହୀରାଲାଲ ଅଗ୍ରୱାଲ, ମନିଷ ପଟେଲ, ବୁଦ୍ଧଦେବ ମେହେର, ମୋହନ ଚରଣ ଦାସ, ରୋହିତ ମେହେର, ହେମନ୍ତ ମାଝୀ, ସିତାରାମ ମେହେର, କ୍ଷିରସିନ୍ଧୁ ମେହେର, ରାମକୃଷ୍ଣ ମେହେର ରହିଛନ୍ତି । ନବଗଠିତ କମିଟିର ଉପଦେଷ୍ଟା ଭାବରେ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ବରୁଧର ମେହେର, ନାରାୟଣ ପାତ୍ର, ଗଲାମଣି ସା, ଚିନ୍ତାମଣି ସାହୁ, ଶଶିଭୂଷଣ ମାଝୀ, ଚର୍ତୁଭୁଜ ମେହେର, ତୁଳସୀରାମ ମେହେର, ପ୍ରଦୀପ ଜୈନ, କେଶରୀ ମେହେର, କ୍ଷିରସିନ୍ଧୁ ମେହେର, ତପେଶ୍ୱର ମେହେର, ଦୁଷ୍ଟାନ୍ତର ମେହେର ପ୍ରମୁଖ ରହିଛନ୍ତି । ବୈଠକରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ବେଳେ ଶେଷରେ ନିଲାଂଚଳ ମେହେର ଧନ୍ଯବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.