ଗୋଲାମୁଣ୍ଡାରେ ପ୍ରାକୃତିକ ବିପର୍ଯ୍ଯୟର ମକ୍ ଡ୍ରିଲ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନର ଆୟୋଜିତ କ୍ରମେ ବ୍ଲକ ଅଧ୍ୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଅଗ୍ନିଶମ ବିଭାଗ ତରଫରୁ ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି । ଏଲପିଜି ଗ୍ୟାସ ସିଲିଣ୍ଡର ଳରେ ନିଆଁ ଲାଗିଗଲେ କିଭଳି ଲିଭାଯିବ, ଘରେ ହଠାତ ନିଆଁ ଲାଗିଲେ କିଭଳି ଭାବରେ ନିଆଁକୁ ଆୟତ୍ତ କରିହେବ ଏବଂ ଏହା ସହିତ ନିଆଁ ଦାଉରୁ କେମିତି ରକ୍ଷା ଓ ସୁରକ୍ଷିତ ରହିପାରିବ, ବିପର୍ଯୟ ସମୟରେ ରାସ୍ତାରେ ଗଛ ପଡିଗଲେ କିଭଳି ଭାବରେ ଏହାକୁ ତୁରନ୍ତ ସଫା କରାଯିବ, ଦୁର୍ଘଟଣା ଘଟିଲେ ଆହତଙ୍କୁ ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା, କୋଠାରେ ନିଆଁ ଲାଗିଲେ କେମିତି ତାଙ୍କୁ ରକ୍ଷା କରି ହେବ ଓ ମେଡିକାଲ ନେବା ଭଳି ବିଭିନ୍ନ ମକ ଡ୍ରିଲ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ନିଜେ ପ୍ରତ୍ୟକ୍ଷ ଭାବରେ ମକ୍ ଡ୍ରିଲ୍ ରେ ସାମିଲ ହୋଇ ଡେମୋ ଦେଖାଇଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଳାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ସ୍ଥାନୀୟ ପୋଲିସ ଅଧିକାରୀ ସମେତ ଗୋଲାମୁଣ୍ଡା ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.