ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍ ଡା. ନିହାର ରଞ୍ଜନ ସାହୁ, ବିପିଏମ୍ ସୁରଜିତ ସିଂ କୁମାର, ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅକ୍ଷୟ ଗୋଛାୟତ, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ଲାଞ୍ଜିଗଡ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ଲାଞ୍ଜିଗଡରୋଡ଼ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ପଟ୍ଟନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଜାହ୍ନବୀ ପଣ୍ଡା, ସମାଜସେବୀ ଚନ୍ଦ୍ର ଶେଖର ମହାପାତ୍ର, ଯୁବ ସ୍ବେଚ୍ଛାସେବୀ କେ. ବାସୁ, ବାମ୍ ମିତ୍ରଭାନୁ ଦାସ, ପୂର୍ତ୍ତ ଏବଂ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲଳିତ ବିଶ୍ବାଳଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।