ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନିପାଟଣା ଆମ୍ବେଦକର ଭବନ ଠାରେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ମହିଳା ବିଭାଗର ଏକ ସାଙ୍ଗଠନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହିଳା ବିଭାଗ ଭବାନିପାଟଣା ଉପଖଣ୍ଡ ସଂଯୋଜିକା ବିଜୟା ଲକ୍ଷ୍ମୀ ସ୍ଵର୍ଣ୍ଣ ଓ ଧର୍ମଗଡ ଉପଖଣ୍ଡ ସଂଯୋଜିକା ରମଣୀ ଦୁରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଏସ ସୁଜାତା, ସମ୍ପାଦିକ ଅଶୋକା ନାଏକ ପ୍ରମୁଖ ଉପସ୍ଥିତ ରହି ନାରୀ ସମାଜର କେମିତି ଶିକ୍ଷା, ସାମାଜିକ, ଆର୍ଥିକ, ରାଜନୈତିକ ବିକାଶ ହେବ ସେନେଇ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକ ମହିଳା ବିଭାଗର କର୍ମକର୍ତ୍ତା ଚୟନ କରାଯାଇଥିଲା। ଭବାନିପାଟଣା ସଦର ସଭାନେତ୍ରୀ ଭାବେ ରଞ୍ଜିତା ନାଏକ, ଉପସଭାନେତ୍ରୀ ପିଙ୍କି ନାଏକ, ସାଧାରଣ ସମ୍ପାଦିକା ଯଜ୍ଞସେନୀ ନାଏକ, କେସିଙ୍ଗା ଏନ୍ଏସି ସଭାନେତ୍ରୀ ଭାବରେ ମଞ୍ଜୁରୀ ଶୁଣାଣି, କେସିଙ୍ଗା ବ୍ଲକ ସଭାନେତ୍ରୀ ଭାବରେ ଶିବାନୀ ଦୁର୍ଗା, ନର୍ଲା ବ୍ଲକ ସଭାନେତ୍ରୀ ଭାବରେ କବିତା ବାଗ, ଉପସଭାନେତ୍ରୀ ଲୋଚନା କୁମାର, ସାଧାରଣ ସମ୍ପାଦିକା ନେପୂର କୁମାର, ଧର୍ମଗଡ ବ୍ଲକ ସଭାନେତ୍ରୀ ଭାବରେ ରାଜକୁମାରୀ ନାଏକ, କଲମପୁର ବ୍ଲକ ସଭାନେତ୍ରୀ ଭାବରେ ସୁମତି ଛତ୍ରିଆ, ଜୁନାଗଡ଼ ବ୍ଲକ ସଭାନେତ୍ରୀ ଯଶୋଦା ମଙ୍ଗରାଜ, ସାଧାରଣ ସମ୍ପାଦକ କାଞ୍ଚନ ବାଗ, କୋକସରା ବ୍ଲକ ସଭାନେତ୍ରୀ ଭାବରେ ମାଧୁରୀ ନୀଆଲ, ଉପସଭାନେତ୍ରୀ ଫୁଲ ତୋଡା ଖମାରୀ, ସାଧାରଣ ସମ୍ପାଦିକା ଶିଳ୍ପା ମହାନନ୍ଦ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଶେଷରେ ଚୟନ କରାଯାଇଥିବା ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଓ ଶପଥ ପାଠ କରାଯାଇଥିଲା। ସଂଗଠନର ସାଧାରଣ ସମ୍ପାଦକ ଯତୀନ୍ଦ୍ର କର ସଭା ପରିଚାଳନା କରିଥିବାବେଳେ ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପସଭାପତି ସୂର୍ଯ୍ୟ କୁମାର, ଉପଦେଷ୍ଟା ବିଜୟରାଜ ଶିଖା, ଯୋଗେଶ୍ୱର ସାଗର, ଯୁବ ବିଭାଗ ସଂଯୋଜକ ତେଜ ରାଜ ବେହେରା, ସାମାଜିକ ବିଭାଗ ଉପମୁଖ୍ୟ ଗିରିଜା ବେହେରା, ଶିକ୍ଷା ବିଭାଗ ମୁଖ୍ୟ ରତ୍ନାକର ବେମାଲ, କଲମପୁର ଯୁବ ସଂଯୋଜକ ମାଧବ ଶୁଣାଣି, କେସିଙ୍ଗା ବ୍ଲକ ସଭାପତି ଲୋକନାଥ ନାଗ, ନାର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଭବାନିପାଟଣା ଟାଉନ ଯୁବ ସଂଯୋଜକ ସଞ୍ଜୟ ସୁନାନିଙ୍କ ସମେତ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।