ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯକ୍ରମରେ କେସିଙ୍ଗା ନଗରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲ ଯୋଗଦେଇ ଯୋଗର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ତତ୍ବାବଧାନରେ ଗୁରୁଜୀ ମାନଙ୍କ ଦ୍ଵାରା ବିଭିନ୍ନ ଗ୍ରାମ ଯଥା ବୋରିଆ, ବାହାଦୁର ପଦର, ଲଇତରା, କାଣ୍ଡେଲ, କନ୍ତେଶିର, କଶୃପଡ଼ା, ତୁଣ୍ଡଳା ଓ ବ୍ରାହ୍ମଣୀଠାରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଶୁଭେଚ୍ଛୁ ଯୋଗଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ସେବକ ସେବିକା ଏହି କାର୍ଯକ୍ରମରେ ସହଯୋଗ କରିଥିଲେ।