ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ରିଜର୍ଭ ପଡିଆ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ଅନେକ ସଂଗଠନର କର୍ମକର୍ତା, ବିଭିନ୍ନ କ୍ଲବର ସ୍ବେଛାସେବୀ,ଏନସିସି, ଏନଏସଏସ, ଚଉଷଠି ବାଟାଲିୟନ, ରିଜର୍ଭ ପୋଲିସ, ଯବାନ ଫିଜିକାଲ ଏକାଡେମୀର ଶିବିରର୍ଥୀ, ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବେଛାସେବୀ, ପ୍ରଗତି କଲେଜ ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗ ଦେଇଥିଲେ । ପତଞ୍ଜଳିର ଯୋଗ ଗୁରୁ ଅଶୋକ ମୁଣ୍ଡ ସମସ୍ତଙ୍କୁ ଯୋଗ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଭିଳାଷ ଜି, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ଶତପଥି, ଉପ-ନିର୍ଦେଶକ ଯୋଜନା ଏବଂ ସମନ୍ୱୟ ଶ୍ରୀକାନ୍ତ ଦେଲେଇ, ଜ଼ୀଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଆଇପି ମହେନ୍ଦ୍ର ପଣ୍ଡା, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଯୋଗ ଦିବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ଦୀପ ପ୍ରଜ୍ୱଳନ କରି ଯୋଗ ଦିବସକୁ ଶୁଭାରମ୍ଭ କରିଥିଲେ । ଏହାପରେ ପତଞ୍ଜଳିର ଯୋଗ ଗୁରୁ ଶ୍ରୀ ମୁଣ୍ଡ ସମସ୍ତଙ୍କୁ ସ୍ବାଗତଂ କରିବା ସହ ଯୋଗ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଧ୍ଵ ପ୍ରଶିକ୍ଷାର୍ଥୀ ଯୋଗଦେଇ ଦୁଇଦିନ ଧରି ଯୋଗ ଶିକ୍ଷା କରିଥିଲେ । ପ୍ରଥମ ଦିବସରେ ଭବାନୀପାଟଣା ସହରର ଲାଲ ବହାଦୁର ଶାସ୍ତ୍ରୀ ଷ୍ଟେଡିୟମରେ ପାଖାପାଖି ୨୦୦ ଲୋକଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନେ ଯୋଗଦେଇ ଯୋଗ ଦିବସ ପାଳନ କରିବାସହ ପ୍ରତିଦିନ ଗୋଟିଏ ଘଣ୍ଟା ଯୋଗ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀ ଶପଥ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭବାନୀପାଟଣା ମୁନିସିପାଲିଟି, ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ପତଞ୍ଜଳି ଯୋଗ ସମିତି, କଳାହାଣ୍ଡି ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ସହଯୋଗ କରିଥିଲେ । ଏଥିରେ ନେହେରୁ ଯୁବକେନ୍ଦ୍ର ସଂଗଠନର ପୂର୍ବତନ ସ୍ବେଛାସେବୀ ରାଜେଶ ମହାରଣା, କୋପ୍ନେଶ୍ଵର ବେମାଲ, ହେମସାଗର ସାହୁ, ପ୍ରବୀଣ କୁମାର ସାହୁ, ଜଗଦାନନ୍ଦ ପ୍ରଧାନ, ଏମଟି ଚୁଲାମାନୀ ମାଝୀ, ଦୁଲବ ପ୍ରମୁଖ ସହଯୋଗ କରିଥିଲେ ।