ଢେପଗୁଡା ଘାଟିରେ ମାଓ ପୋଷ୍ଟର : ନିର୍ବାଚନ ବର୍ଜନ କରିବାକୁ ସିପିଆଇ(ମାଓବାଦୀ) ରାଜ୍ୟ କମିଟିର ଆହ୍ବାନ

ଲାଂଜିଗଡ : ମାତିଛନ୍ତି ଲାଲବାହିନୀ ୨୦୧୯ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଲୋକଙ୍କୁ ଆହ୍ବାନ ଦେଇ ରାସ୍ତା ଘାଟରେ ମାରୁଛନ୍ତି ପୋଷ୍ଟର । ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ । ସେହି କ୍ରମରେ ଲାଂଜିଗଡ ବ୍ଲକ ଢେପଗୁଡା ଘାଟି ସ୍ଥିତ ପୋଖରିବନ୍ଧ ମଙ୍ଗଳା ମନ୍ଦିର ପାଖରେ ଏକ ମାଓ ପୋଷ୍ଟର ଦେଖିବାକୁ ମିଲିଥିଲା ।

Omkar Vasthu
Omkar Vasthu

ଭବାନିପାଟଣା – ରାୟଗଡା ରାଜ୍ୟ ରାଜପଥ ର ସିକେରକୁପା ପୋଖରୀବନ୍ଧ ମଝିରେ ଥିବା ଢେପଗୁଡା ଘାଟି ଏକ ସମ୍ବେଦନଶିଳ ଅଞ୍ଚଳ ଭାବେ ଜଣାସୁଣା । ମଝିରେ ମଝିରେ ମାଓବାଦୀ ମାନେ ଏହି ସ୍ଥାନ ସମେତ ଲାଂଜିଗଡ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ନିଜର ଉପସ୍ଥିତି ଜାହିରକରି ପୋଲିସ ପ୍ରଶାସନର ମୁଣ୍ଡବଥାର କାରଣ ସାଜିଛନ୍ତି ।
ଶନିବାର ଓ ରବିବାର ଦୁଇଦିନ ଧରି ସିକେରକୁପା ମଙ୍ଗଳା ମନ୍ଦିର ପାଖ ଏକ ଗଛରେ ମାଓ ପୋଷ୍ଟର ଲାଗି ରହିଥିଲା ।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନା ଯୋଗ୍ୟଯେ, ରବିବାର ଥୁଆମୂଲ ରାମପୁର ବ୍ଲକର ସାଇସୁରନୀ ବଜାର ପଡିଆ ଛକର ବିଭିନ୍ନ ସ୍ଥାନରେ ସିପିଆଇ(ମାଓବାଦୀ) ବାଘୁନା ଡିଭିଜନାଲ କମିଟି ହାତଲେଖା ପୋଷ୍ଟର ସବୁ ମାରିଥିଲେ । ଏସବୁକୁ ପୋଲିସ ଜବତ କରିଥିବା ଜଣାଯାଇଛି ।

Udyog Nursery
Udyogi Nursery

ଲାଂଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.