ସୋନପୁର,୨୫/୩ : ଯକ୍ଷ୍ମା ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରାଇବା ସତ୍ତ୍ବେ ସୁବର୍ଣ୍ଣପୁର ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଅତି ଉଦବେଗଜନକ ରହିଛି । ଗତ ୩ ବର୍ଷ ମଧ୍ୟରେ ଜିଲାରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୬୩ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଚିକିତ୍ସାଧିନ ରହିଛନ୍ତି । ରବିବାର ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଏହି ସୂଚନା ଦିଆଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ. ପ୍ରଦୀପ କୁମାର ଗୁରୁ ଅଧ୍ୟକ୍ଷତା କରି ଏହି ରୋଗ ସମ୍ପକୟଙ୍କର ବ୍ୟାପକ ସଚେତନତା ସୃଷ୍ଟି ହିଁ ଯକ୍ଷ୍ମା ରୋଗକୁ ଦୂର କରାଯାଇ ପାରିବ ବୋଲି ମତପ୍ରକାଶ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ.ପଦ୍ମହଂସା ଦୋରା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜିଲା ସଂଯୋଜିକା ଡ.ମୌସୁମୀ ମିଶ୍ର ପ୍ରମୁଖ ଯୋଗ ଦେଇ ଜିଲାରେ ଚାଲିଥିବା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟ ସମ୍ପକୟଙ୍କର ସୂଚନା ଦେଇଥିଲେ ।
ଗତ ୨୦୧୬ରେ ଜିଲାରେ ମୋଟ ୪୮୨ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିବାବେଳେ ୪୩୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । ସେହିରି ୨୦୧୭ ରେ ୪୯୩ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୪୭୧ ଆବଶ୍ୟକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହି ରି ୨୦୧୮ରେ ୪୯୮ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୩୪୦ ସୁସ୍ଥ ହୋଇ ସାରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଚିକିତ୍ସାଧୀନ ରହିଥିବା ସୂଚନା ଦିଆଯାଇଥିଲା । ୨୦୧୯ ଫେବୃୟାରୀ ସୁଦ୍ଧା ଜିଲାରେ ୧୮୮ ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କୁ ପୁନଃ ଚିକିତ୍ସା କରାଯାଇଥିବା ଏଥିରେ ସୂଚନା ଦିଆଯାଇଥିଲା । ସେହିରି ଏପ୍ରିଲ ଶେଷ ସୁଦ୍ଧା ନିକ୍ଷା ପୋଷଣ ଯୋଜନାରେ ଜିଲାର ୬୨୨ ଜଣ ରୋଗୀଙ୍କୁ ବିଜ୍ଞାପିତ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୦୯ ଜଣଙ୍କ ବ୍ୟାଙ୍କ ଏକାଉଣ୍ଟ ମିଳିାରିଛି । ତେବେ ଏମାନଙ୍କୁ ମଧ୍ୟରୁ ୫୫୦ ଜଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ଏଥିରେ ସୂଚନା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲା ସଂଯୋଜକ ସମୀର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଜିଲା ଯକ୍ଷ୍ମା କେନ୍ଦ୍ରର ସନ୍ତୋଷ କୁମାର ବିଶି, ପ୍ରମୋଦ କୁମାର ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ ନର୍ସିଂ ତାଲିମ କେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ୱାରା ଯକ୍ଷ୍ମା ସଚେତନତା ସମ୍ପକଙ୍କୟତ ଏକ ମୁରୁଜ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ଏକ ଦସ୍ତଖତ ଅଭିଯାନର ମଧ୍ୟ ଆୟୋଜନ କରାଯାଇଥିଲା ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in