ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ଗାୟତ୍ରୀ ମନ୍ଦିର ଠାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ୯ ବର୍ଷରୁ ଉର୍ଦ୍ଧ୍ବ ବ୍ରାହ୍ମଣ ବାଳକ ମାନଙ୍କ ସାମୁହିକ ବ୍ରତ କରାଯାଇଥିଲା। ଦୁଇ ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ୧୦ ଜଣ ବ୍ରାହ୍ମଣ ଯୁବକ ଅଂଶ ଗ୍ରହଣ କରି ରୀତିନୀତି ଅନୁସାରେ ପଇତା ଧାରଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା, ଉପସଭାପତି ସୁରେଶ ଚନ୍ଦ୍ର ମୁଣ୍ଡ, ସାଧାରଣ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ହେମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ ପାଢ଼ୀ, ଦିଲ୍ଲୀପ ଠାକୁର, ଜୟନ୍ତ ବେହେରା, ହରିହର ପଣ୍ଡା, ବିଭୁତି ଭୂଷଣ ପୁରୋହିତ, ପର୍ଶୁରାମ ସେନା ସଂଯୋଜକ ପ୍ରଶାନ୍ତ ଠାକୁର, ବିଶ୍ୱରଂଜନ ପାତ୍ର, ଶାନ୍ତନୁ ମୁଣ୍ଡ ସମେତ ବିଭିନ୍ନ ବ୍ଲକରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ମହିଳା ମାନଙ୍କ ପ୍ରଜ୍ଞା ବାହିନୀ ତରଫରୁ ଯଜ୍ଞ କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଇଥିଲା। ମଧୁସୂଦନ ପୁରୋହିତ ମୁଖ୍ୟ ଯଜ୍ଞ ପୁରୋହିତ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ପର୍ଶୁରାମ ସେନାର ବିଶ୍ଵଜିତ ବେହେରା, ପ୍ରବୀଣ ପଣ୍ଡା, ବ୍ରଜେଶ ପଣ୍ଡା, ଚନ୍ଦନ କୁମାର ପାତ୍ର, ଗିରିଜା ଖମାରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।