ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତର ବିକାଶ ନଗର ଠାରେ ଆଜି ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ମେଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଟାଙ୍ଗପଦର ସବ୍ ସେଣ୍ଟର ତରଫରୁ ଏଏନ୍ଏମ୍ ସଂଯୁକ୍ତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ବିକାଶ ନଗର ଗ୍ରସ୍ତ କରିବା ସହିତ ସେଠାରେ ଥିବା ବୃଦ୍ଧ, ବୃଦ୍ଧା, ପୁରୁଷ, ମହିଳା ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ। ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, ତଥା ପୁରୁଷ ସ୍ବାସ୍ଥ୍ୟ କର୍ମୀ ସଞ୍ଜୀବ ସାହୁ,ଭିସ୍ମ ମଙ୍ଗରାଜ, ଅଙ୍ଗନବାଡ଼ି କର୍ମୀ ପଦ୍ମା ସୁନା, ଆଶା କର୍ମୀ କାନ୍ତି ନାଗ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିକାଶ ନଗର ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା।





