ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଓଡ଼ିଆ ବାର୍ତ୍ତା/ ପୁରୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହା ଓଡିଶା ପାଇଁ ଏକ ସମ୍ମାନର କଥା ହୋଇଥିବାରୁ ରାଜ୍ୟ ସାରା ଖୁସିର ଲହରୀ ଖେଳିଯାଇଛି । ଏହାରି ମଧ୍ୟରେ‌ ପୁରୀ ବେଳାଭୂମିରେ ଦ୍ରୌପଦୀଙ୍କ ବାଳୁକା କଳା ନିର୍ମାଣ କରି ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି ସୁଦର୍ଶନ । ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କାରଣ ଏନଡିଏ ସମେତ ବିଜେଡି, ଜେଡିୟୁ, ଏଲଜେପି ଓ ୱାଇଏସଆର କଂଗ୍ରେସ ନିଜ ନିଜ ସମର୍ଥନ ଘୋଷଣା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.