ନର୍ଲାରେ କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଂଗ୍ରେସର ବରିଷ୍ଠ ନେତା ରାହୁଲ ଓ ସୋନିଆଙ୍କୁ ଇଡିର ଜେରା ପ୍ରସଙ୍ଗ ଓ ସେନାରେ କ୍ଷଣସ୍ଥାୟୀ ଅଗ୍ନିପଥ ନିଯୁକ୍ତିକୁ ନେଇକୁ ନେଇ କେନ୍ଦ୍ର ମୋଦୀ ସରକାରଙ୍କ ବିରୁଦ୍ଧରେ ରାଜ୍ୟ କଂଗ୍ରେସ କମିଟିର ଡାକରା କ୍ରମେ ଆଜି ସୋମବାର ନର୍ଲା ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ ସଭାପତି ସମୀର ଚାନ୍ଦ (ବିଟୁ)ଙ୍କ ନେତୃତ୍ୱରେ ନର୍ଲା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଏଥିରେ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମକର୍ତ୍ତା, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ଦେବାଶିଷ କୁମାର, ନିର୍ବାଚନ ମଣ୍ଡଳୀ ଅନୁସୂଚୀତ ଜାତି ସେଲର ସଭାପତି ଗୌରଚନ୍ଦ୍ର, ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ନର୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରୀୟ ରଞ୍ଜନ ବିଶି, ନର୍ଲା ନିର୍ବାଚନ ମଣ୍ଡଳୀ ଡିଆରଓ ବିଭୁତି ମହାଖୁଡ, ନର୍ଲା କଂଗ୍ରେସର ବରିଷ୍ଠ ସଦସ୍ୟ ଜ୍ୟୋତି ବେହେରା, ରୋଶନ ମାଝୀ, ତନୁ ମାଝୀ, ରିଚେକର ଦୀପ, ମୁକେଶ ବିଭାର, ରଜନୀ କୁମାର , ପ୍ରଭାକର ନାଗ ପ୍ରମୁଖ ସତ୍ୟାଗ୍ରହ ଆନେ୍ଦାଳନ କରି ଧାରଣାରେ ବସିଥିଲେ । ସକାଳ ୯ ଘଣ୍ଟା ସମୟରୁ ଦିନ ୧ ଟା ଯାଏଁ ଚାଲିଥିଲା କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ । କଂଗ୍ରେସର ବରିଷ୍ଠ ନେତା ରାହୁଲ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ କେନ୍ଦ୍ର ମୋଦି ସରକାରଙ୍କର ଇଡି କୁ ନେଇ ଅନୈତିକ ଶକ୍ତି ପ୍ରୟୋଗ ଏବଂ ସେନାରେ ଅଗ୍ନିପଥ ଭଳି ଏକ କ୍ଷଣସ୍ଥାୟୀ ସୈନିକ ନିଯୁକ୍ତିକୁ ନେଇ କଂଗ୍ରେସର ଏହି ସତ୍ୟାଗ୍ରହ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କର ଏହି ହୀନ ଚକ୍ରାନ୍ତକୁ ଦୃଢ ବିରୋଧ କରାଯିବ । ଦରକାର ପଡିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.