ଧର୍ମଗଡ଼ରେ କଂଗ୍ରେସର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟାଗ୍ରହ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ଼ରେ ଆଜି କଂଗ୍ରେସ ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଆଜି ଅଖିଳ ଭାରତୀୟ ଜାତୀୟ କଗ୍ରେସର ଆହ୍ବାନ କ୍ରମେ ଧର୍ମଗଡ ଠାରେ ଦଳ ତରଫରୁ ରେଲି ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦଳୀୟ କର୍ମୀ ଧର୍ମଗଡ ତିନିଛକ ଠାରୁ ଏକ ରେଲିରେ ବାହାରି ବ୍ଲକ କାର୍ଯ୍ୟାଳୟ ପାଖକୁ ଆସି ସେଠାରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନୀପଥ ଯୋଜନାକୁ ପ୍ରତ୍ୟାହାର ଦାବୀରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରତିବାଦ ସଭାକୁ ପୂର୍ବତନ ଦଳୀୟ ପ୍ରାର୍ଥୀ ଦିଗମ୍ବର ଦୂରିଆ ପରିଚାଳନା କରିଥିବାବଳେ ଧର୍ମଗଡ଼ ବ୍ଲକ ସଭାପତି ପ୍ରେମ ଲାଲ ସାଗର, ଘନଶ୍ୟାମ ଜାଲ, ବରିଷ୍ଠ କଂଗ୍ରେସ ନେତା ତୁଷାର ରଞ୍ଜନ ପାଟଯୋଷି, ରବୀନ୍ଦ୍ର କୁମାର ପାଟ୍ଟଯୋଷୀ, ସନ୍ତୋଷ ପାଢ଼ୀ, ମଣିଭଦ୍ର ପଣ୍ଡା, ମାର୍କଣ୍ଡ ବେମାଲ , ସରୋଜ ପଣ୍ଡା, ସୁରେଶ ଅଗ୍ରୱଲା, ଗଣେଶ ନାଗ, ମାଧବ ସୁନାନି, ଡାକେଶ୍ୱର ଲହଜାଲ, ରତନ ନାଏକ, ହରେକଷ୍ଣ ନାଏକ , ହରିଶ୍ଚନ୍ଦ୍ର ନାଏକ , ତୁଳସୀ ଗୋପାଲ, ଲିଙ୍ଗରାଜ ବେହେରା, ମହେନ୍ଦ୍ର ଧରୁଆ, ଅରୁଣ ମାଝୀ, ଧରଣୀ ଧଙ୍ଗଡାମାଝୀ, ଜିବର୍ଦ୍ଧନ ସାଗର, ହେମ ପ୍ରକାଶ ନାଏକ, ଗୋଲୁ ନାଏକ, ରୁକ୍ମଣୀ ପାଣିଗ୍ରାହୀ, ଫକୀର ନାଏକ, ରାଜୀବ ଖମାରୀ, ଦିଗସନ ନାଏକ, ଅଜୟ ପୁଝାରୀ ଆଦି ଶହଶହ କଂଗ୍ରେସ କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ତୀବ୍ର ବିରୋଧ କରିବା ସହିତ ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ବର୍ତ୍ତମାନ ଦେଶର ଭବିଷ୍ୟତ ସହିତ ଖେଳିବା ସହିତ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ଦେଶରେ ଭାଇଚାରା ନଷ୍ଟ କରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.